କରୋନା ମୁକାବିଲା: ଟେଲି ମେଡିସିନ ସେବା ଯୋଗାଉଥିବା ଡାକ୍ତରଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ, ଖୁବ୍‌ଶୀଘ୍ର ରାଜ୍ୟରେ ୧ ଲକ୍ଷ ରାପିଡ୍‌ ଟେଷ୍ଟିଂ ସୁବିଧା

ଭୁବନେଶ୍ୱର,୯।୪(ବ୍ୟୁରୋ): ରାଜ୍ୟରେ କୋଭିଡ-୧୯ର ପରୀକ୍ଷା ଏବଂ ଚିକିତ୍ସା ଲାଗି ସରକାର ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରିଛନ୍ତି। ରାଜ୍ୟରେ ଖୁବ୍‌ଶୀଘ୍ର ଏକାସହିତ ୧ଲକ୍ଷ ରାପିଡ୍‌ ଟେଷ୍ଟିଂ ସୁବିଧା କରିବା ଲାଗି ପଦକ୍ଷେପ ନିଆଯାଉଛି। ଯେଉଁ ଡାକ୍ତରମାନେ ଅନୁରୋଧ ରକ୍ଷା କରି ଟେଲି-ମେଡିସିନ ସେବା ଯୋଗାଇ ଦେବା ଲାଗି ଆଗେଇ ଆସିଛନ୍ତି ସେମାନଙ୍କୁ ଧନ୍ୟବାଦ ଜଣାଉଛିବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର କହିଛନ୍ତି।

ପ୍ରକାଶ ଯେ, ମାର୍ଚ୍ଚ ୧୫ ତାରିଖରେ ରାଜ୍ୟରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏବେ ଏହି ସଂଖ୍ୟା ୪୪ରେ ପହଞ୍ଚିଛି। ଏହାକୁ ନିୟନ୍ତ୍ରଣ କରିବାକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ଏହି କ୍ରମରେ ଲକ୍‌ଡାଉନ୍‌ ଅବଧୀକୁ ଏପ୍ରିଲ ୩୦ ତାରିଖ ଯାଏ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଥିବା ମୁଖ୍ୟମନ୍ତ୍ରୀ ମଧ୍ୟ କହିଛନ୍ତି।

Share