Categories: ଜାତୀୟ

କରୋନା ମୁକାବିଲା: ଦେଶରେ ୫୨ ଯାଞ୍ଚ୍‌ କେନ୍ଦ୍ର, ୫୭ ସହାୟକ ନମୂନା ସଂଗ୍ରହ କେନ୍ଦ୍ର

ନୂଆଦିଲ୍ଲୀ,୭।୩: କରୋନା ମୁକାବିଲା ପାଇଁ ଭାରତ ସରକାର ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରିଛନ୍ତି। ଦେଶରେ ଦେଶରେ ୫୨ ଯାଞ୍ଚ୍‌ କେନ୍ଦ୍ର ସ୍ଥାପନ କରାଯାଇଛି। ସେହିପରି ୫୭ଟି ସହାୟକ ନମୂନା ସଂଗ୍ରହ କେନ୍ଦ୍ର ମଧ୍ୟ ସ୍ଥାପିତ ହୋଇଛି। ଏନେଇ ଭାରତୀୟ ଆୟୁର୍ବିଜ୍ଞାନ ଅନୁସନ୍ଧାନ ପରିଷଦ(ଆଇସିଏମ୍‌ଆର୍‌) ପକ୍ଷରୁ ଯାଞ୍ଚ୍‌ କେନ୍ଦ୍ର ଏବଂ ସହାୟକ ନମୂନା ସଂଗ୍ରହ କେନ୍ଦ୍ର ତାଲିକା ଜାରି କରାଯାଇଛି। ତାଲିକାରେ ଭୁବନେଶ୍ୱର, ରାୟପୁର, ଭୋପାଳ, ଜବଲପୁର, ତିରୁପତି, ପୁଡୁଚେରୀ, ଅମୃତସର, ବାରାଣାସୀ, ହଲଦଓ୍ବାନି, ଜାମନଗର ଜମ୍ମୁ, ଶ୍ରୀନଗର, ଚଣ୍ଡିଗଡ, ଥେନି, ଯୋଧପୁର, ପାଟନା, ଦିବ୍ରୁଗଡ, ଅଗରତାଲା ଆଦି ସହର ନାମ ରହିଛି।

Share