ବରଗଡ଼ ଅଫିସ୍,୧୦।୪: କରୋନା ମୁକାବିଲାରେ ବିନିଯୋଗ ପାଇଁ ବରଗଡ଼ର ପୂର୍ବତନ ବିଧାୟକ ସାଧୁ ନେପାକ ତାଙ୍କ ମାସକର ପେନସନ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ପ୍ରଦାନ କରିଛନ୍ତି । ସେ ଏ ନେଇ ୩୦ହଜାର ଟଙ୍କାର ଏକ ଚେକ୍ ବରଗଡ଼ ଜିଲାପାଳ ଜ୍ୟୋତିରଞ୍ଜନ ପ୍ରଧାନଙ୍କୁ ଶୁକ୍ରବାର ପ୍ରଦାନ କରିଥିଲେ । ଏହା ସହିତ ଲକ୍ ଡାଉନ୍ ସମୟରେ ବିଦ୍ୟୁତ ବିଭ୍ରାଟ, ପାନୀୟଜଳ ସଂକଟ, ନଳକୂପ ମରାମତି, ପରିବା ଓ ଦୁଗ୍ଧ ପରିବହନ, ସାମାଜିକ ଓ ଖାଦ୍ୟ ସୁରକ୍ଷା ପାଇଁ ଆସୁଥିବା ଅର୍ଥର ସୂଚାରୁ ବଣ୍ଟନ, ଦରଦାମ ନିୟନ୍ତ୍ରଣ, ସାମାଜିକ ଦୂରତା ଅବଳମ୍ବନ ଆଦି ଉପରେ ନେପାକ ଜିଲାପାଳ ପ୍ରଧାନଙ୍କ ସହିତ ଆଲୋଚନା ମଧ୍ୟ କରିଥିବା ସୂଚନା ମିଳିଛି।
Posted inଆମ ଜିଲା ଖବର, ବରଗଡ଼