କରୋନା ମୁକାବିଲା ନେଇ ଗ୍ରାମସଭାରେ କମିଟି ଗଠନ

ବନ୍ତ,୨୮।୪(ଡି.ଏନ୍‌.ଏ.)-ଭଦ୍ରକ ଜିଲା ବନ୍ତ ବ୍ଲକ ବଡବର୍ଚ୍ଚିକୟାଁ ପଞ୍ଚାୟତରେ କରୋନା ମୁକାବିଲା ନେଇ ଗ୍ରାମସଭାରେ କମିଟି ଗଠନ କରାଯାଇଛି। ଆପ୍ତିରା ସରକାରୀ ଉପ୍ରା ବିଦ୍ୟାଳୟ ପରିସରରେ ସରପଞ୍ଚ ବିଷ୍ଣୁ ମୋହନ ଜେନାଙ୍କ ଆବାହକତ୍ୱ ତଥା ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ସଙ୍ଗୀତାରାଣୀ ପାଣିଗ୍ରାହୀଙ୍କ ସଂଯୋଜନାରେ ଗ୍ରାମସଭା ବୈଠକ ଅନୁଷ୍ଠିତ ହୋଇଥିଲା। ଗ୍ରାମକୁ କିପରି କରୋନା ମୁକ୍ତ କରାଯାଇ ପାରିବ, ବାହାର ରାଜ୍ୟରୁ ଆସିବାକୁ ଥିବା ପ୍ରବାସୀ ଓଡିଆଙ୍କ ପଞ୍ଜୀକରଣ କିପରି କରାଯିବ, ଫେରିବା ପରେ ସଙ୍ଗରୋଧ ଗୃହରେ ସେମାନଙ୍କୁ ରଖାଯିବା ସମ୍ପର୍କରେ ଆଲୋଚନା ହୋଇଥିଲା। କାର୍ଯ୍ୟକ୍ରମର ସଫଳ ରୂପାୟନ ନେଇ ଏକ କମିଟି ଗଠନ କରାଯାଇଥିଲା। ଉକ୍ତ କମିଟିରେ ସଭାପତି ବଟକୃଷ୍ଣ ରାଉତ, ସଭ୍ୟ ଭାବେ ମନମୋହନ ରାଉତ, ସୁରେଶ ଭାରତୀ, ବ୍ରଜମୋହନ ମହୁରୀ, ଧନେଶ୍ୱର ଯେନା, ଭଗବାନ ପାଢୀ, ପିତାମ୍ବର ପହି, ସୁରେନ୍ଦ୍ର ରାଉତ, ଆଶା କର୍ମୀ ପ୍ରତିଭା ମହୁରୀ, ଅଙ୍ଗନୱାଡି କର୍ମୀ ତୁଳସୀ ପେଡା ପ୍ରମୁଖ ରହିଥିଲେ ା ସମସ୍ତ କାର୍ଯ୍ୟରେ ପିଏଜି ଅକ୍ଷୟ ପଣ୍ଡା, ସିଏଫଡବ୍ଲ୍ୟୁଏସ୍‌ଡିର କାର୍ଯ୍ୟକାରୀ ସମ୍ପାଦକ ନୃସିଂହ ମହାନ୍ତି, ଯୁବ ଆଇନଜୀବୀ ବସନ୍ତ ଖିଲାର, ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ସୁରେଶ ଭାରତୀ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ା