କରୋନା ମୁକାବିଲା ନେଇ ସଚେତନ କଲେ ଡାକ୍ତରୀ ଟିମ୍‌

ଲୋଇସିଂହା, ୧୭।୪(ଡି.ଏନ.ଏ.)-ବଲାଙ୍ଗୀର ଜିଲା ଲୋଇସିଂହା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଏକ ଆୟୁଷ ଡାକ୍ତରୀ ଟିମ ଶୁକ୍ରବାର ହୀରାପୁର ପଞ୍ଚାୟତ ଅଞ୍ଚଳ ବୁଲି ଲୋକଙ୍କୁ କରୋନା ସମ୍ପର୍କରେ ସଚେତନତା କରିଥିଲେ। ଆୟୁଷ ଡା.ସଞ୍ଜୀବ ବିଶ୍ୱାଳ, ଡା. ମହାଶ୍ୱେତା ପଣ୍ଡା ଓ ଷ୍ଟାପ ହୀରାପୁର ପଞ୍ଚାୟତର ସଦର ଗାଁ, ବାରଡୋଲ ଓ ଗୋପାଳପୁର ଗସ୍ତ କରିଥିଲେ ା ଘରେ ପୃଥକାବାସରେ ଥିବା ୧୫ ଦାଦାନଙ୍କ ସୁବିଧା ଆସୁବିଧା ପଚାରି ବୁଝିଥିଲେ ା ଏତଦ୍‌ବ୍ୟତୀତ ବିନା ଲକ୍ଷଣରେ ଥିବା ବ୍ୟକ୍ତିଠାରୁ ସଂକ୍ରମଣର ଭୟାବହତା ସମ୍ପର୍କରେ ଜନସାଧାରଣକୁ ସଚେତନ କରିଥିଲେ ା ସମାଜିକ ଦୂରତା ଓ ହସ୍ତ ପ୍ରକ୍ଷାଳନ ଉପରେ ଗୁରୁତ୍ୱାରୋପ କରାଯାଇଥିଲା।

Share