କରୋନା ମୁକାବିଲା ପାଇଁ ଆହ୍ବାନ: ଗଠନ ହେଲା ପଞ୍ଚାୟତସ୍ତରୀୟ, ଗ୍ରାମ୍ୟସ୍ତରୀୟ କମିଟି

ଆରଡି,୨୮ା୪(ଡି.ଏନ୍‌.ଏ.): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଆରଡି ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ମଙ୍ଗଳବାର କରୋନା ମୁକାବିଲା ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଛି। ସରପଞ୍ଚ ଅରବିନ୍ଦ ପାଢ଼ୀ ଏହି କର୍ମଶାଳାର ଅଧ୍ୟକ୍ଷତା କରିଥିବା ବେଳେ ଏହି ସମୟରେ ସାମାଜିକ ଦୂରତ୍ୱ ରକ୍ଷା କରାଯାଇ କାର୍ଯ୍ୟ ସମ୍ପାଦନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଆରଡି ଫାଣ୍ଡି ଅଧିକାରୀ, ଆଖଣ୍ଡଳମଣି ନୋଡାଲ ସ୍କୁଲ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ, ପିଇଓ, ଜିଆରଏସ ପ୍ରମୁଖ ଯୋଗଦେଇ କରୋନା ମୁକାବିଲା ପାଇଁ ସମସ୍ତଙ୍କୁ ଆହ୍ବାନ ଦେଇଥିଲେ। ଏହି ଅବସରରେ ଅଙ୍ଗନୱାଡି କର୍ମୀ, ଆଶାକର୍ମୀ, ୱାର୍ଡମେମ୍ବର, ସ୍କୁଲ ଶିକ୍ଷକ ଓ ସ୍ବେଚ୍ଛାସେବୀମାନଙ୍କୁ ନେଇ ପଞ୍ଚାୟତ ସ୍ତରୀୟ ଓ ଗ୍ରାମ ସ୍ତରୀୟ କମିଟି ଗଠନ କରାଯାଇଥିଲା।ଏଥିସହ ବାହାର ରାଜ୍ୟରୁ ଆସୁଥିବା ବ୍ୟକ୍ତିମାନଙ୍କୁ କ୍ବାରାଣ୍ଟାଇନ୍‌ ସେଣ୍ଟରରେ ରଖାଯିବାକୁଥିବା ବେଳେ ସେନେଇ ତଦାରଖ କରିବା ଦାୟିତ୍ୱ ଉକ୍ତ କମିଟି ଉପରେ ନ୍ୟସ୍ତ କରାଯାଇଥିଲା ।