କରୋନା ମୁକାବିଲା ପାଇଁ ଗୁରୁକୂଳ ଆଶ୍ରମ ଦେଲା ସହାୟତା

ନୂଆପଡା ଅଫିସ,୧୭ା୪- କରୋନା ମୁକାବିଲା ପାଇଁ ନୂଆପଡା ହରିପୁରସ୍ଥିତ ଗୁରୁକୂଳ ଆଶ୍ରମ ତରଫରୁ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସହାୟତା କରାଯାଇଛି ା ଶୁକ୍ରବାର ପୂର୍ବାହ୍ନରେ ଜିଳାପାଳ ମଧୁସ୍ମିତା ସାହୁଙ୍କୁ ତାଙ୍କ କାର୍ଯ୍ୟାଳୟରେ ଗୁରୁକୁଳ ଆଶ୍ରମ ମୁଖ୍ୟ ଆଚାର୍ଯ୍ୟ ସୁଦର୍ଶନ ଦେବ ପ୍ରଧାନମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧ଲକ୍ଷ ଏବଂ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିକୁ ୩୧ହଜାର ଟଙ୍କାର ଚେକ ପ୍ରଦାନ କରିଛନ୍ତି। ସେହିପରି ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ନୂଆପଡା ବିହାରୀ ସଂଗଠନ ତରଫରୁ ୩୧ହଜାର ଏବଂ ସାହୁ ସମାଜ ତରଫରୁ ୫୧ହଜାର ଟଙ୍କାର ସହାୟତା ରାଶି ଚେକ ପ୍ରଦାନ କରାଯାଇଛି।