କରୋନା ପାଇଁ ସହାୟତାର ହାତ ବଢାଇଲେ ଅକ୍ଷୟ, ବରୁଣ ଧନ୍ୟବାଦ ଦେଲେ ମୋଦି

ମୁମ୍ବାଇ,୨୯।୩: କରୋନା ଭାଇରସ ଏବେ ବିଶ୍ୱକୁ ତା କବଳକୁ ନେଇଯିବା ଫଳରେ ସବୁଠି ଲକ୍‌ ଡାଉନ୍‌ ପରିସ୍ଥିତି। ଭାରତରେ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୧ ଦିନିଆ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ଭାରତରେ କରୋନା ସଂକ୍ରମଣ ସଂଖ୍ୟା ବଢି ଚାଲିଥିବା ବେଳେ ଏବେ ଏହା ହଜାରେ ଅତିକ୍ରମ କରି ସାରିଲାଣି। ତେବେ କରୋନା ଭଳି ପରିସ୍ଥିତିକୁ ସାମ୍ନା କରିବାକୁ ଏବେ ସମସ୍ତେ ସହାୟତାର ହାତ ବଢାଇଛନ୍ତି। ବଲିଉଡ୍‌ ଅଭିନେତା ବରୁଣ ଧଓ୍ବନ ପ୍ରଧାନମନ୍ତ୍ରୀଙ୍କ କେୟାର ଫଣ୍ଡକୁ ୩୦ ଲକ୍ଷ ଟଙ୍କା ଦାନ କରିଛନ୍ତି। ଏହାସହ ବରୁଣ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ଫଣ୍ଡକୁ ୨୫ ଲକ୍ଷ ଟଙ୍କା ଦାନ କରିଥିବା ଟୁଇଟ୍‌ କରି ଜଣାଇଛନ୍ତି। ଏହା ପୂର୍ବରୁ ବଲିଉଡ୍‌ ଖିଲାଡି ବୟ ଅକ୍ଷୟ କୁମାର ପ୍ରଧାନମନ୍ତ୍ରୀଙ୍କ କେୟାର୍‌ ଫଣ୍ଡକୁ ୨୫ କୋଟି ଟଙ୍କା ଦାନ କରିଥିଲେ। ଏହାକୁ ନେଇ ପ୍ରଧାନମନ୍ତ୍ରୀ ଉଭୟ କଳାକାଳଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସୂଚନାଯୋଗ୍ୟ, କରୋନା ଯୋଗୁ ସାରା ଦେଶରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଥିବା ବେଳେ ମଧ୍ୟବିତ୍ତ ଓ ଅପର ମିଡିଲ କ୍ଲାସ ଲୋକେ ଘର ଭିତରେ ବନ୍ଦ ହୋଇ ରହିଥିବା ବେଳେ ଗରିବ ଦିନ ମଜୁରିଆମାନେ ଏବେବି ରାସ୍ତା ଉପରେ ସଂଘର୍ଷ କରୁଛନ୍ତି।

Share