କରୋନା ମୁକାବିଲା ପାଇଁ ଭାରତର ସହଯୋଗ ଲୋଡ଼ିଲେ ଟ୍ରମ୍ପ୍‌

ୱାଶିଂଟନ,୫ ।୪: କରୋନା ସଂକ୍ରମଣ ଯୋଗୁ ଆମେରିକାର ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି । ଏପରିସ୍ଥଳେ କରୋନା ମୁକାବିଲା ଲାଗି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଭାରତ ସରକାରଙ୍କ ସହାୟତା ଲୋଡ଼ିଛନ୍ତି । ଇତିମଧ୍ୟରେ ଆମେରିକାରେ କରୋନା ସଂକ୍ରମିତଙ୍କ ମୃତ୍ୟୁ ସଂଖ୍ୟା ୮ ହଜାର ଟପିଛି । ସେହିପରି ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ଟପିଛି । ଏଭଳି ସଙ୍କଟ ଜନକ ସ୍ଥ୍‌ିତିରେ ଆମେରିକା ଭାରତକୁ ହାଇଡ୍ରୋକ୍ସିକ୍ଲୋରୋକୁଇନ୍ ଟ୍ୟାବଲେଟ୍ ଯୋଗାଇବା ଲାଗି ଅନୁରୋଧ କରିଛି । ଏନେଇ ଟ୍ରମ୍ପ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସହାୟତା ପ୍ରଦାନ ଲାଗି କହିଛନ୍ତି ।

Share