Categories: ଜାତୀୟ

କରୋନା ମୁକାବିଲା ପାଇଁ ଭାରତର ପ୍ରସ୍ତୁତି: ଏପ୍ରିଲ୍‌ ୧୫ ପର୍ଯ୍ୟନ୍ତ ଭିଜା ରଦ୍ଦ

ନୂଆଦିଲ୍ଲୀ,୧୨।୩: କରୋନା ସଂକ୍ରମଣ ମୁକାବିଲା ପାଇଁ ଭାରତ ପ୍ରସ୍ତୁତି ଆରମ୍ଭ କରିଛି। ଏହି ମର୍ମରେ ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଏପ୍ରିଲ୍‌ ୧୫ ପର୍ଯ୍ୟନ୍ତ ସମସ୍ତ ଭିଜା ରଦ୍ଦ କରିଛି। ସେହିପରି ମାର୍ଚ୍ଚ ୧୩ ପର୍ଯ୍ୟନ୍ତ ଜାରି ହୋଇଥିବା ସମସ୍ତ ଭିଜା ଏବଂ ଇ-ଭିଜାକୁ ମଧ୍ୟ ରଦ୍ଦ କରାଯାଇଛି। ଧାର୍ଯ୍ୟ ସମୟ ମଧ୍ୟରେ କୌଣସି ବିଦେଶୀ ଭାରତରେ ପ୍ରବେଶ କରିପାରିବେ ନାହିଁ। ତେବେ ଜାତିସଂଘ ଅଧିକାରୀ, କୂଟନୈତିଜ୍ଞ, ରୋଜଗାର, ପ୍ରୋଜେକ୍ଟ ଭିଜା ସମେତ ଅନ୍ୟ ସରକାରୀ ଅଧିକାରୀଙ୍କୁ ଭାରତରେ ପ୍ରବେଶ କରିବାର ଅନୁମତି ମିଳିବ। ଭାରତରେ ବର୍ତ୍ତମାନ ଥିବା ବିଦେଶୀ ନାଗରିକଙ୍କ ଭିଜା ଜାରି ରହିବା। ସେମାନେ ଚାହିଁଲେ ଏହାର ସମୟସୀମା ମଧ୍ୟ ବୃଦ୍ଧି କରାଯିବ ବୋଲି ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ସେହିପରି ଚାଇନା, ଇଟାଲୀ, ଇରାନ୍‌, ଦକ୍ଷିଣ କୋରିଆ, ସ୍ପେନ୍‌, ଜର୍ମାନୀ ସମେତ ଅନ୍ୟ ଦେଶରୁ ସ୍ବଦେଶ ଫେରୁଥିବା ଭାରତୀୟ ନାଗରିକଙ୍କୁ ସ୍କ୍ରିନିଂ କରାଯିବା ସହିତ ୧୪ ଦିନ ପର୍ଯ୍ୟନ୍ତ ଯାଞ୍ଚ୍‌ କରାଯିବ।

Share