ଖୁଣ୍ଟା,୮ା୪(ଡି.ଏନ୍‌.ଏ.): କରୋନାର ମୁକାବିଲା ପାଇଁ ଖୁଣ୍ଟା ଅଞ୍ଚଳର କେତେକ ସହୃଦୟ ବ୍ୟକ୍ତି ସହଯୋଗର ହାତ ବଢ଼ାଇଛନ୍ତି। ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଖୁଣ୍ଟା ଶାଖାରେ ବ୍ୟାଙ୍କ ମିତ୍ର ଭାବେ କାର୍ଯ୍ୟରତ ବାନ୍ଧଗଡ଼ା ଗ୍ରାମର ଭାରତୀ ସିଂ ନିଜର ଏକ ମାସର ବେତନ ୬୦୦୦ ଟଙ୍କା ଉକ୍ତ ବ୍ୟାଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପଠାଇଛନ୍ତି। ସେହିପରି ଖୁଣ୍ଟା ବ୍ଲକ ଅଧ୍ୟକ୍ଷା ପୁଷ୍ପଲତା ମାର୍ଣ୍ଡି ବ୍ୟାଙ୍କ ଜରିଆରେ ୫୫୫୫ ଟଙ୍କା ଓ ଗୋପବନ୍ଧୁନଗର ବ୍ଲକ ଅଧୀନ ପସୁଦା ଗ୍ରାମର ଶ୍ରଦ୍ଧାସାଇ ବ୍ରିକ୍ସର ମାଲିକ ମୋନାଲିସା ଲେଙ୍କା ୧୦୦୦୦ ଟଙ୍କାର ଏକ ଚେକ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି ଉଦ୍ଦେଶ୍ୟରେ ବିଡିଓ ରବୀନ୍ଦ୍ର କୁମାର ମଲିକଙ୍କୁ ପ୍ରଦାନ କରିଛନ୍ତି ।

Share