କରୋନା ମୁକାବିଲା: ବମିଖାଲରେ ବଢ଼ିଲା ସାନିଟାଇଜ୍‌ ବ୍ୟବସ୍ଥା

କଟକରୋଡ, ୬।୪ (ଡି.ଏନ୍‌.ଏ.): ରାଜଧାନୀ ଭୁବନେଶ୍ୱରର କେତେକ ଅଞ୍ଚଳରେ କରୋନା ଭୂତାଣୁ ବ୍ୟାପିବା ନେଇ ସାନିଟାଇଜ ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି। ରବିବାର ବମିଖାଲ ଅଞ୍ଚଳରେ ଗୋଟିଏ ଦିନରେ ୧୫ ଜଣ କରୋନା ପଜିଟିଭ ଚିହ୍ନଟ ହେବା ପରେ ଅଗ୍ନିଶମ ବିଭାଗ ଓ ସହରର ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପୁଣିଥରେ ଉକ୍ତ ଅଞ୍ଚଳ ସହ ଏହାର ଆଖାପାଖ ଅଞ୍ଚଳରେ ବିଶୋଧନ କାର୍ଯ୍ୟକ୍ରମ ଜାରି ରହିଛି। ବମିଖାଲ ସନ୍ତୋଷୀ ମା’ ମନ୍ଦିର ଠାରୁ ଯାତ୍ରୀ ନିବାସ, ଝାରପଡ଼ା କେନାଲ ରୋଡ, ଜୟଦୁର୍ଗା ନଗର, ଷ୍ଟେଜ୍‌-୪, ଷ୍ଟେଜ୍‌-୫, ଗାୟତ୍ରୀ ନଗର ଆଦି ଅଞ୍ଚଳରେ ହ୍ୟାଣ୍ଡ ସ୍ପ୍ରେ ମାଧ୍ୟମରେ ସାନିଟାଇଜ କରାଯାଇଥିବା ସହର ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।

Share