କରୋନା ମୁକାବିଲା: ବୁଧବାରଠୁ ନୂଆ ହେଳ୍ପଲାଇନ ନମ୍ବର-୧୪୪୧୦, ଡାକ୍ତରଙ୍କଠାରୁ ପରାମର୍ଶ ନେବେ ରାଜ୍ୟବାସୀ

ଭୁବନେଶ୍ୱର, ୭।୪(ବ୍ୟୁରୋ)- ରାଜ୍ୟ ସରକାର କୋଭିଡ୍‌-୧୯ର ଦୃଢ଼ ମୁକାବିଲା କରିବା ନିମନ୍ତେ ଅନେକ ସକ୍ରିୟ ପଦକ୍ଷେପ ଗ୍ରହଣ କରିଛନ୍ତି। ଏହି ମହାମାରୀର ମୁକାବିଲା ଦିଗରେ ଡାକ୍ତରମାନଙ୍କର ଭୂମିକା ସର୍ବଗରିଷ୍ଠ। ସେଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ସରକାର ସମ୍ଭାବ୍ୟ କୋଭିଡ୍‌ ରୋଗୀ ଯେଉଁମାନଙ୍କଠାରେ ଜ୍ୱର, କାଶ, ଥଣ୍ଡା, ଶ୍ୱାସଜନିତ ଲକ୍ଷଣ ପ୍ରକାଶ ପାଉଛି ସେମାନଙ୍କୁ ସ୍ବାସ୍ଥ୍ୟ ପରାମର୍ଶ ଓ ସହାୟତା ଯୋଗାଇଦେବା ନିମନ୍ତେ ଏକ ଉତ୍ସର୍ଗୀକୃତ ନିଃଶୁଳ୍କ ଟେଲିମେଡିସିନ୍‌ ସହାୟତା ନଂ-୧୪୪୧୦ ଆରମ୍ଭ କରିବାକୁ ଯାଉଛନ୍ତି ବୋଲି ପୂର୍ତ୍ତ ବିଭାଗ ସଚିବ କ୍ରିଷନ କୁମାର କହିଛନ୍ତି।

ସେ କହିଛନ୍ତି ଯେ, ବର୍ତ୍ତମାନ ପ୍ରତିଦିନ ୧୦୪ ନମ୍ବରକୁ ୧୨ରୁ ୧୪ହଜାର କଲ୍‌ ଆସୁଛି। ରାଜ୍ୟରେ କରୋନା ଆକ୍ରନ୍ତେଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ତେଣୁ ଆଗକୁ ଏହି ନମ୍ବରକୁ ଅଧିକ କଳ୍‌ ଆସିବାର ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ନୂଆ ସ୍ବତନ୍ତ୍ର ହେଲ୍ପଲାଇନ ‘ଟେଲି ମେଡିସନ୍‌ ହେଲ୍ପଲାଇନ’ ଆରମ୍ଭ କରିବାକୁ ଯାଉଛୁ। ଏହାକୁ ଦୃଷ୍ଟିରେ ରଖି ନୂଆ ସ୍ବତନ୍ତ୍ର ହେଲ୍ପଲାଇନ ‘ଟେଲି ମେଡିସନ୍‌ ହେଲ୍ପଲାଇନ’ ଆରମ୍ଭ କରିବାକୁ ଯାଉଛୁ। ଯାହାର ନମ୍ବର ରହିଛି ୧୪୪୧୦। ପୂର୍ବରୁ ମେଡିକାଲ କାଉନସିଲ୍‌ ଅଫ୍‌ ଇଣ୍ଡିଆ ତରଫରୁ ଜାରି କରାଯାଇଥିବା ଗାଇଡ୍‌ଲାଇନ୍‌ ଅନୁସାରେ କରୋନା ଭୂତାଣୁର ଲକ୍ଷଣ ଜାଣିବା ପାଇଁ ଫୋନ୍‌ ଯେଗେ ଲୋକଙ୍କୁ ମେଡିସିନ୍‌ ପରାମର୍ଶ ଦେବାକୁ କୁହାଯାଇଥିଲା। ତାହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବୁଧବାର ପୂର୍ବାହ୍ନ ୧୧ଟା କାର୍ଯ୍ୟକାରୀ କରିବେ। ଯଦି କେହି କରୋନା ସଂକ୍ରମିତ ହୋଇଥିବା ସନ୍ଦେହ କରୁଥିବେ ତେବେ ସେମାନେ ଏହି ହେଲ୍ପଲାଇନ୍‌କୁ ଯୋଗଯୋଗ କରିପାରିବେ। ସେମାନଙ୍କୁ ଡାକ୍ତରମାନେ ପରାମର୍ଶ ଦେବେ। ବର୍ତ୍ତମାନର ସଙ୍ଗୀନ ପରିସ୍ଥିତିରେ ଜନସେବା ପାଇଁ ମୁଖ୍ୟମନ୍ତ୍ରୀ ବେସରକାରୀ ଓ ଅବସରପ୍ରାପ୍ତ ଡାକ୍ତରଙ୍କୁ ନିବେଦନ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଏହି ନିବେଦନକୁ ସମ୍ମାନ ଜଣାଇ ୩୦୦ଜଣ ଡାକ୍ତର ୨୪ଘଣ୍ଟା ଭିତରେ ସ୍ବେଚ୍ଛାସେବା ଲାଗି ଆଗେଇ ଆସିଛନ୍ତି। ଏମାନେ ଟେଲି ମେଡିସିନ ଜରିଆରେ ବା ଫୋନ୍‌ ମାଧ୍ୟମରେ ରାଜ୍ୟବାସୀଙ୍କୁ ସମସ୍ତ କୋଭିଡ-୧୯ ସଂକ୍ରାନ୍ତ ପରାମର୍ଶ ଦେବେ।

Share