କରୋନା ମୁକାବିଲା: ମାଇକ୍ରୋ ବାୟୋଲୋଜିଷ୍ଟ ପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନିଯୁକ୍ତି ବିଜ୍ଞାପନ

ଭୁବନେଶ୍ୱର,୨୮।୨(ବ୍ୟୁରୋ): କୋଭିଡ-୧୯ ଡିପିଏଚ୍‌ଏଲ୍‌ ଓ ସ୍ବାବ୍‌ ନମୁନା ସଂଗ୍ରହ ପାଇଁ ନିଯୁକ୍ତି ବିଜ୍ଞାପନ ଦିଆଯାଇଛି। ମାଇକ୍ରୋ ବାୟୋଲୋଜିଷ୍ଟ ପାଇଁ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଶନିବାର ବିଜ୍ଞାପନ ଦିଆଯାଇଛି। ସ୍ବଳ୍ପମିଆଦ ଭିତ୍ତିରେ ମେଡିକୋ ଓ ନନ୍‌ ମେଡିକୋଙ୍କୁ ନିଯୁକ୍ତି ଦିଆଯିବ। ମେଡିକୋଙ୍କୁ ଦୈନିକ ୫ ହଜାର, ନନ୍‌ ମେଡିକୋଙ୍କୁ ୨୫୦୦ ଟଙ୍କା ମିଳିବ। ପ୍ରାଥମିକ ଭାବେ ଜୁନ୍‌ ୩୦ ପର୍ଯ୍ୟନ୍ତ ନିଯୁକ୍ତି, ପରେ ବୃଦ୍ଧି କରାଯାଇପାରେ ବୋଲି ଏଥିରେ କୁହାଯାଇଛି।

Share