କରୋନା ମୁକାବିଲା: ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଏକ ମାସର ଦରମା ଦେଲେ ବସ୍ତା ବିଧାୟକ

ବସ୍ତା,୨୬।୩ (ଡି.ଏନ୍‌.ଏ): କରୋନା ମୁକାବିଲା ପାଇଁ ବାଲେଶ୍ୱର ଜିଲା ବସ୍ତା ବିଧାୟକ ନିତ୍ୟାନନ୍ଦ ସାହୁ ତାଙ୍କର ଏକ ମାସର ଦରମା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପ୍ରଦାନ କରିଛନ୍ତି।  ସେ ସଚେତନ ବାର୍ତ୍ତା ଦେଇ କରୋନା ଭୂତାଣୁ ସଂକ୍ରମଣଠାରୁ ଦୂରେଇ ରହିବା ସହ ଦେଶର ପ୍ରଧାନମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଜାରି ହୋଇଥିବା ବିଭିନ୍ନ ସତର୍କତାମୂଳକ ପଦକ୍ଷେପକୁ ଅନୁସରଣ କରି ନିଜେ ତଥା ନିଜ ପରିବାର ସୁସ୍ଥ ରହିବା ସହ ଅନ୍ୟ ସମସ୍ତଙ୍କୁ ସୁସ୍ଥ ରହିବାରେ ସହାୟକ ହେବା ପାଇଁ ବସ୍ତା, ବାଲିଆପାଳ ବ୍ଲକ ତଥା ବସ୍ତା ନିର୍ବାଚନମଣ୍ଡଳୀ ସମେତ ବାଲେଶ୍ୱର ଜିଲାର ସମସ୍ତ ଜନସାଧାରଣଙ୍କୁ ବିନମ୍ର ନିବେଦନ କରିଛନ୍ତି।