କରୋନା ମୁକାବିଲା ଲାଗି ଆଇସିଡିଏସର ସହାୟତା

ଲୋଇସିଂହା, ୯।୫(ଡି.ଏନ.ଏ)-ବଲାଙ୍ଗୀର ଜିଲା ଲୋଇସିଂହା ସମନ୍ବିତ ଶିଶୁବିକାଶ ପ୍ରକଳ୍ପ କାର୍ଯ୍ୟାଳୟରେ କାର୍ଯ୍ୟରତ ସିଡିପିଓ, ସୁପରଭାଇଜର, ବ୍ଲକର ସମସ୍ତ ଅଙ୍ଗନମ୍ବାଡି କର୍ମୀ, ସହାୟିକା ଓ ମହିଳା ସ୍ବାୟଂସହାୟିକା ଗୋଷ୍ଠୀ ପକ୍ଷରୁ ୮୬୪୫୦ ଟଙ୍କା ସଂଗୃହୀତ ହୋଇଛି ା ସଂଗୃହୀତ ଅର୍ଥରୁ ୧୩ ହଜାର ଟଙ୍କା ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଓ ୭୩୪୫୦ ଟଙ୍କା ଜିଲା ରେଡକ୍ରସ ପାଣ୍ଠିକୁ ସହାୟତା ପ୍ରଦାନ କରାଯାଇଛି ା ଶୁକ୍ରବାର ସିଡିପିଓ ପ୍ର୍ରଜ୍ଞା ବାରିକ, ସୁପରଭାଇଜର ସୁପ୍ରଭା ନାୟକ ଓ ମିଶନ ଶକ୍ତି ବ୍ଲକ ସଂଯୋଜିକା ସ୍ବର୍ଣ୍ଣମୟୀ ନାଗ ଅତିରିକ୍ତ ଜିଲାପାଳ ଶଙ୍କର୍ଷଣ ପଧାନଙ୍କ କାର୍ଯ୍ୟାଳୟକୁ ଯାଇ ଚେକ ମାଧ୍ୟରେ ଉକ୍ତ ସହୟତା ରାଶି ପ୍ରଦାନ କରାଯାଇଛି।