Categories: ଜାତୀୟ

କରୋନା ମୁକାବିଲା ଲାଗି ଚାଇନାକୁ ବ୍ରିଟିଶ ଅର୍ଥନୀତିଜ୍ଞଙ୍କ ପ୍ରଶଂସା

ନୂଆଦିଲ୍ଲୀ,୧୩।୩(ପି.ଟି.): କରୋନା ଭାଇରସ ଭାରତରେ ଆରମ୍ଭ ହୋଇ ନ ଥିବାରୁ ବ୍ରିଟିଶ ଅର୍ଥନୀତିଜ୍ଞ ଜିମ୍‌ ଓ ନିଲ୍‌ ଭଗବାନଙ୍କୁ ଧନ୍ୟବାଦ ଦେଇଛନ୍ତି। ସେ ଭାରତର ବ୍ୟବସ୍ଥାକୁ ସମାଲୋଚନା କରି କହିଛନ୍ତି, ଭଗବାନଙ୍କୁ ଧନ୍ୟବାଦ ଦେବା କଥା, କାରଣ ଚାଇନା ଭଳି ଦେଶରେ ଏଭଳି ଏକ ମାରାତ୍ମକ ରୋଗ ଉତ୍ପତ୍ତି ହୋଇଛି। ଭାରତରେ ଏହା ଆରମ୍ଭ ହୋଇଥିଲେ ବ୍ୟବସ୍ଥା ଠିକ୍‌ ନ ଥିବାରୁ ଏହାକୁ ପ୍ରତିରୋଧ କରିବାକୁ ସକ୍ଷମ ହୋଇ ନ ଥାନ୍ତା। ଚାଇନା ଏହି ରୋଗକୁ ନିୟନ୍ତ୍ରଣ କରିବା ଦିଗରେ ଯେଭଳି ସାହସ ଏବଂ ସାମର୍ଥ୍ୟ ଜୁଟାଇଛି ତାହା ବାସ୍ତବିକ ପ୍ରଶଂସାଯୋଗ୍ୟ। ଚାଇନିଜ ମଡେଲର ଏହା ଏକ ସକରାତ୍ମକ ଦିଗ। ବ୍ରାଜିଲ ମଧ୍ୟ ଏ ଦିଗରେ ଭଲ କାମ କରିଛି ବୋଲି ସେ ମତ ଦେଇଛନ୍ତି। ଏହି ବ୍ରିଟିଶ ଅର୍ଥନୀତିଜ୍ଞଙ୍କ ମନ୍ତବ୍ୟ ଆସିବା ପରେ ଭାରତୀୟ ଅଧିକାରୀମାନେ ପ୍ରତିକ୍ରିୟାଶୀଳ ହୋଇ ପଡିଥିଲେ। ଓ ନିଲ୍‌ଙ୍କ ମନ୍ତବ୍ୟ ବେପରୁଆ ଏବଂ ସୂଚନା ଭିତ୍ତିକ ନୁହେଁ ବୋଲି ଇଣ୍ଡିଆନ ହାଇକମିଶନ ମିନିଷ୍ଟର ବିଶ୍ୱେସ ନେଗୀ କହିଛନ୍ତି। ସୂଚନାଯୋଗ୍ୟ, ଭାରତୀୟ ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଅତିରିକ୍ତ ସଚିବ ଦମ୍ମୁ ରବିଙ୍କୁ କୋଭିଡ କୋଅର୍ଡିନେଟର ଭାବେ ନିଯୁକ୍ତ କରାଯାଇଛି। କରୋନାର ବିଭିନ୍ନ ଚ୍ୟାଲେଞ୍ଜକୁ ସାମ୍ନା କରିବା ଦିଗରେ ସରକାର ବହୁ ପୂର୍ବରୁ ବିସ୍ତୃତ ପଦକ୍ଷେପ ନେଇଛନ୍ତି। ବିଦେଶରୁ ଆସୁଥିବା ପର୍ଯ୍ୟଟକଙ୍କୁ ଭାରତ ଆସିବାକୁ ବାରଣ କରାଯାଉଛି। ସେହିଭଳି ଭିଜା ବାତିଲ, କିଛି ରାଜ୍ୟରେ ଅନିର୍ଦ୍ଦିଷ୍ଟ କାଳ ଲାଗି ସ୍କୁଲ କଲେଜକୁ ବନ୍ଦ କରାଯାଇଛି।

Share