କରୋନା ମୁକାବିଲା ଲାଗି ଜୀଉରା ଗ୍ରାମରେ ସଚେତନତା ବୈଠକ

ପାଟପୁର,୨୫।୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଜୀଉରା ଗ୍ରାମ ହାଇସ୍କୁଲ ପରିସରରେ କରୋନା ମୁକାବିଲା ଲାଗି ବୁଧବାର ଏକ ସଚେତନତା ବୈଠକ ଅନୁଷ୍ଠିତ ହୋଇଯାଇଛି l ପ୍ରତ୍ୟେକ ଦିନ ବାହାର ରାଜ୍ୟ ଫେରନ୍ତାମାନେ ବହୁ ସଂଖ୍ୟାରେ ଆସୁଛନ୍ତି। ବିଶେଷକରି ଜୀଉରା ଅଞ୍ଚଳରୁ ଯାଇ କେରଳ, ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ରର ବିଭିନ୍ନ କମ୍ପାନୀରେ କାମ କରୁଥିବା ଶ୍ରମିକମାନେ ଘରକୁ ଫେରୁଛନ୍ତି । ଏହାକୁ ନେଇ ପ୍ରଶାସନ ଓ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସେମାନଙ୍କ ସମ୍ପୂର୍ଣ୍ଣ ତଥ୍ୟ ରଖାଯିବା ସହ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ କରାଯାଉଛି। ସେମାନଙ୍କୁ ବାହାରକୁ ନ ବାହାରି ଘରେ ରହିବାକୁ ପରାମର୍ଶ ଦିଆଯାଇଛି। ଗ୍ରାମାଞ୍ଚଳରେ କରୋନା ସମ୍ପର୍କିତ ସଚେତନତାକୁ ତ୍ୱରାନ୍ବିତ କରାଯାଇଛି। ଜୀଉରା ପଞ୍ଚାୟତରେ ଅସ୍ଥାୟୀ ସ୍ବାସ୍ଥ୍ୟ ଶିବିର ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି । ଏହି ବୈଠକରେ ଶ୍ରୀଚନ୍ଦନପୁର ଆର୍‌ଆଇ ରତ୍ନାକର ସ୍ବାଇଁ, ନୋଡାଲ ଅଫିସର ଜିଆର୍‌ଏସ୍‌ ବଳରାମ ତ୍ରିପାଠୀ ଓ ସାନଖେମୁଣ୍ଡି ପୂର୍ବତନ ବ୍ଲକ ଅଧ୍ୟକ୍ଷ ଲକ୍ଷ୍ମୀ ଚରଣ ପାତ୍ର, ସମିତି ସଭ୍ୟ ରଘୁନାଥ ସାହୁ ଏବଂ ଅଙ୍ଗନଓ୍ବାଡି, ଆଶା କର୍ମୀ ପ୍ରମୁଖ ଉପସ୍ଥିତ ଥିଲେ।

Share