କରୋନା ମୁକାବିଲା ଲାଗି ନୀଳଗିରି ବିଧାୟକ ଦେଲେ ୩୪ଲକ୍ଷ

ସଜନାଗଡ଼,୨୯।୪(ଡି.ଏନ.ଏ.)-ମହାମାରୀ କରୋନା ମୁକାବିଲା ଲାଗି ନୀଳଗିରି ବିଧାୟକ ସୁକାନ୍ତ କୁମାର ନାୟକ ସହାୟତାର ହାତ ବଢାଇଛନ୍ତି। ବହିରାଗତଙ୍କ ଫେରିବାର ସମ୍ଭାବନାକୁ ଦୃଷ୍ଟିରେ ରଖି ବିଭିନ୍ନ ପଞ୍ଚାୟତ ସ୍କୁଲ ପରିସରରେ ଆଇସୋଲେଶନ କେନ୍ଦ୍ର ଆବଶ୍ୟକତାକୁ ଦୃଷ୍ଟିରେ ରଖି ସ୍ଥାନୀୟ ବିଧାୟକ ସୋମବାର ୩୪ଲକ୍ଷ ଟଙ୍କା ନିଜ ହାତପାଣ୍ଠିରୁ ଦାନ କରିଛନ୍ତି। ଏହି ସହାୟତା ରାଶିରେ ଔପଦା ବ୍ଲକର ତରତୁଆ ୟୁଜିୟୁପି ସ୍କୁଲ, କାଣ୍ଡଗରଡ଼ି ପ୍ରାଇମେରୀ ସ୍କୁଲ ଓ ନୀଳଗିରି ବ୍ଲକର ଡାଳିମପାଳ ବୀଣାପାଣି ହାଇସ୍କୁଲ, ଜାମୁଡ଼ିହା ଅର୍ଜୁନ ଆଚାର୍ଯ୍ୟ ହାଇସ୍କୁଲ, ଶିଆଡ଼ିମାଳ ଉମାଅର୍ଜୁନ ହାଇସ୍କୁଲ, ବଣଭୂଇଁ ଆଶ୍ରମ ସ୍କୁଲ, ଭାଲୁକାଶୁଣି ଆଦିଶକ୍ତି ୟୁପିଏମ୍‌ଇ ସ୍କୁଲ, ମହିଷାପଟା ବାବା ବୈଦ୍ୟନାଥ ଉଚ୍ଚବିଦ୍ୟାଳୟକୁ ୩ଲକ୍ଷ ଟଙ୍କା ଲେଖାଏ ଏବଂ କମରଖାଳିଆ ଆଶ୍ରମ ସ୍କୁଲ, ଭଉଁରିଆବାଡ଼ ଓ ପୁନ୍ଦାଳ ହାଇସ୍କୁଲକୁ ୫ଲକ୍ଷ ଟଙ୍କା ଲେଖାଏ ଆଇସୋଲେଶନ୍‌ କେନ୍ଦ୍ର ଓ ସ୍କୁଲର ମରାମତି ପାଇଁ ପ୍ରଦାନ କରିଛନ୍ତି। କରୋନା ସଂକ୍ରମଣରୁ ବର୍ତ୍ତିବା ପାଇଁ ମାସ୍କର ଆବଶ୍ୟକତାକୁ ପୂରଣ ପାଇଁ ଗତ ୨୩ ତାରିଖରେ ଔପଦା ବ୍ଲକର ୧୧ଗୋଟି ପଞ୍ଚାୟତକୁ ୧ଲକ୍ଷ ୯୫ହଜାର ଟଙ୍କା, ନୀଳଗିରି ବ୍ଲକର ୨୫ଟି ପଞ୍ଚାୟତକୁ ୪ଲକ୍ଷ ୫୦ହଜାର ଏବଂ ନୀଳଗିରି ଏନ୍‌ଏସିକୁ ୧ଲକ୍ଷ ୫ହଜାର ଟଙ୍କା ନିଜ ହାତ ପାଣ୍ଠିରୁ ପ୍ରଦାନ କରିଥିଲେ।