କରୋନା ମୁକାବିଲା ଲାଗି ଶପଥ ନେଲେ ମହିଳା

କେନ୍ଦୁଝର, ୩୦ା୪ (ସ୍ବ.ପ୍ର.)-କରୋନା ମୁକାବିଲା ଲାଗି କେନ୍ଦୁଝର ସଦର ବ୍ଲକ ପଳାଶପଙ୍ଗା ପଞ୍ଚାୟତ ମୁରୁସୁଆଁ ଗ୍ରାମରେ ସାମାଜିକ ଦୂରତ୍ୱ ସହ ନିୟମିତ ମାସ୍କ ପିନ୍ଧିବା ନେଇ ଗ୍ରାମରେ ଥିବା ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଏକାଠି ହୋଇ ଶପଥ ନେଇଛନ୍ତି। ଆସନ୍ତା ୩ତାରିଖ ପରେ ଜିଲା ଓ ରାଜ୍ୟ ବାହାରୁ ଆସିବାକୁ ଥିବା କର୍ମଜୀବୀମାନଙ୍କୁ ଗ୍ରାମ ଭିତକୁ ଆମନ୍ତ୍ରଣ ନ କରି ପଞ୍ଚାୟତ ସ୍ତରରେ ହୋଇଥିବା ସଙ୍ଗରୋଧ କେନ୍ଦ୍ରରେ ଜିମା ଦେବାକୁ ନିଷ୍ପତ୍ତି ନେଇ ପ୍ରତି ଘର ଘର ବୁଲି ପରାମର୍ଶ ଦେଉଥିବା ଦେଖିବାକୁ ମିଳିଛି। ଏହାସହ ଗାଁ ଓ ସାହି ମାନଙ୍କରେ ଅନ୍ୟ ଗ୍ରାମର ଆସୁଥିବା ଲୋକମାନଙ୍କୁ ନିଜ ଘରମାନଙ୍କରେ ପ୍ରବେଶ ଓ ଘର ବାରଣ୍ଡାରେ ବସିବାକୁ ବାରଣ କରିବାକୁ ବୁଝାଉଥିବା ଦେଖିବାକୁ ମିଳିଛି। ଏହି କାର୍ଯ୍ୟକ୍ରମରେ ପଳାଶପଙ୍ଗା ପଞ୍ଚାୟତ ସରପଞ୍ଚ ସଞ୍ଜୟ କୁମାର ନାଏକ, ସମିତିସଭ୍ୟ ପୂର୍ଣ୍ଣଚନ୍ଦ୍ର ସାହାଣୀ, ନାଏବ ସରପଞ୍ଚ ଲୀଳାବତୀ ମହାନ୍ତଙ୍କ ତତ୍ତ୍ୱାବଧାନରେ ହୋଇଥିବା ବେଳେ ଆଶାକର୍ମୀ, ଓ୍ବାର୍ଡସଭ୍ୟ, ଗାଁ ମୁଖିଆ ପ୍ରମୁଖ ସାମିଲ ହୋଇଥିବା ଦେଖିବାକୁ ମିଳିଛି।

Share