କରୋନା ମୁକାବିଲା: ସଙ୍ଗରୋଧ ଗୃହ ଲାଗି ଉନ୍ନତିକରଣ ହେଉଛି ବିଦ୍ୟାଳୟ

ପାପଡ଼ାହାଣ୍ଡି,୬ା୪(ଡି.ଏନ୍‌.ଏ.) : କରୋନା ମୁକାବିଲା ଲାଗି ସରକାର ପ୍ରତ୍ୟେକ ବ୍ଲକର ପଞ୍ଚାୟତରେ ଖୋଲିଛନ୍ତି ଗୋଟିଏ ଗୋଟିଏ ସଙ୍ଗରୋଧ ଗୃହ। ପଞ୍ଚାୟତର ପ୍ରାୟ ବିଦ୍ୟାଳୟକୁ ହିଁ ଏଥିପାଇଁ ଚି଼ହ୍ନଟ କରାଯାଇଛି। ୫୦ ଶଯ୍ୟା ସହ ପଞ୍ଚାୟତ ପକ୍ଷରୁ ୫ ଲକ୍ଷ ବ୍ୟୟରେ ଏହି ବିଦ୍ୟାଳୟଗୁଡ଼ିକରେ ଆବଶ୍ୟକୀୟ ସରଞ୍ଜାମ ରଖାଯାଉଛି। ତେଣୁ ବିଦ୍ୟାଳୟଗୁଡିକର ଉନ୍ନତିକରଣ କରାଯାଉଛି। ଯେଉଁ ବିଦ୍ୟାଳୟରେ ବିଦ୍ୟୁତ୍‌ ସୁବିଧା ନାହିଁ ସେଠାରେ ବିଦ୍ୟୁତ୍‌କରଣ କରାଯାଉଛି। ବିଦ୍ୟାଳୟ କୋଠରିରେ ଫ୍ୟାନ୍‌, ଲାଇଟ ଆଦି ଲଗାଯାଉଛି। ପାଣି ଟାଙ୍କି ନ ଥିଲେ ନଳକୂପରେ ମୋଟର ଲଗାଇ ପାଣିର ବ୍ୟବସ୍ଥା କରାଯାଉଛି। ଏଥିସହ ବ୍ଲିଚିଂ ଓ ଫିନାଇଲ ପକାଇ ପରିଷ୍କାର କରାଯାଉଛି। ପଞ୍ଚାୟତର ବିଭିନ୍ନ ବିଭାଗୀୟ ଅଧିକାରୀ ୨୪ ଘଣ୍ଟା ପ୍ରହରା ଦେଉଛନ୍ତି। ଲୋକମାନେ ନିଜେ ସଚେତନ ହେବା ସହ ଏହି ବିଦ୍ୟାଳୟଗୁଡିକର ଉନ୍ନତିକରଣରେ ସହଯୋଗ କରୁଥିବା ଦେଖିବାକୁ ମିଳିଛି।

Share