ବେଗୁନିଆପଡା୨ା୪(ଡି.ଏନ.ଏ.)-କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ଗୁରୁବାର କୋଦଳା, କବିସୂର୍ଯ୍ୟନଗର ଓ ପୁରୁଷୋତ୍ତମପୁରରେ ସ୍ଥାନୀୟ ତହସିଲଦାର, ବିଡିଓ, ଥାନାଧିକାରୀ, ମେଡିକାଲ ଅଫିସର, ଏନ୍ଏସି ଅଧିକାରୀଙ୍କୁ ନେଇ କରୋନା ମୁକାବିଲା ପାଇଁ ଗ୍ରହଣ କରାଯାଇଥିବା ପଦକ୍ଷେପ ବିଷୟରେ ସମୀକ୍ଷା କରିଥିଲେ। ମାର୍କେଟ ଅଞ୍ଚଳକୁ ସାନିଟାଇଜ୍ ପଞ୍ଚାୟତ ଅଞ୍ଚଳରେ ଥିବା କୂପ, ମଣ୍ଡପ, ସର୍ବସାଧାରଣ ବ୍ୟବହୃତ ସ୍ଥାନରେ ବ୍ଲିଚିଂ ବିଶୋଧନ କରିବା ପାଇଁ ବିଧାୟିକା ନିର୍ଦ୍ଦେଶ ଦେଇଥିଲେ। ଲକ୍ଡାଉନକୁ କଡାକଡି ପାଳନ କରିବା ସହ ଯେ କୌଣସି ସମୟରେ କରୋନା ମୁକାବିଲା ପାଇଁ ପ୍ରସ୍ତୁତ ରହିବା ସହିତ ବାହାରୁ ଆସୁଥିବା ଲୋକଙ୍କୁ ସଙ୍ଗେ ସଙ୍ଗେ ମେଡିକାଲକୁ ନେଇ ପରୀକ୍ଷା କରିବାକୁ କହିଥିଲେ। ଏଥିସହିତ କେତେକ ସଙ୍ଗରୋଧ କକ୍ଷ ବୁଲି ଦେଖିଥିଲେ।