Categories: ମେଟ୍ରୋ

କରୋନା ମୁକାବିଲା ସହାୟତା: ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଝାରପଡ଼ା ବଣିକ ସଂଘ ପକ୍ଷରୁ ୫୧ ହଜାର ଟଙ୍କା ପ୍ରଦାନ

କଟକ ରୋଡ୍‌,୯।୪(ଡି.ଏନ୍‌.ଏ.): ମହାମାରୀ କରୋନା ମୁକାବିଲା ପାଇଁ ଭୁବନେଶ୍ୱର ଝାରପଡ଼ା ହାଟ ବଣିକ ସଂଘ ପକ୍ଷରୁ ଗୁରୁବାର ୫୧,୫୦୦ ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପ୍ରଦାନ କରାଯାଇଛି। ଅତିରିକ୍ତ ଜିଲାପାଳଙ୍କ ଜରିଆରେ ଏହା ପ୍ରଦାନ କରାଯାଇଥିବା ସୂଚନା ମିଳିଛି। ବଣିକ ସଂଘ ସଭାପତି ସୁରେଶ ଚନ୍ଦ୍ର ଜେନା, ପୂର୍ଣ୍ଣଚନ୍ଦ୍ର ପ୍ରଧାନ ଓ ସଞ୍ଜୀବ ମିଶ୍ର ପ୍ରମୁଖ ଏହି ସମୟରେ ଉପସ୍ଥିତ ଥିଲେ। ତେବେ ମହାମାରୀ ସମୟରେ ଅସହାୟଙ୍କୁ ରନ୍ଧାଖାଦ୍ୟ ସହ ପୋଲିସ ଏବଂ କରୋନା ଯୋଦ୍ଧାଙ୍କୁ ଖାଦ୍ୟ ବଣ୍ଠନ କାର୍ଯ୍ୟ ଝାରପଡ଼ା ହାଟ ବଣିକ ସଂଘ ପକ୍ଷରୁ ଜାରି ରହିବ ବୋଲି ସଭାପତି ଜେନା ସୂଚନା ଦେଇଛନ୍ତି।

Share