କରୋନା ମୁକାବିଲା: ସାଇକେଲରେ ସଚେତନତା ବାର୍ତ୍ତା ବାଣ୍ଟିଲା ଓଲଟପୁର ପୋଲିସ

କଣ୍ଟାପଡ଼ା, ୧୭।୪(ଡି.ଏନ୍‌.ଏ.): ମହାମାରୀ କରୋନାରୁ ରକ୍ଷା ପାଇଁ ସାମାଜିକ ଦୂରତ୍ୱ ଏକମାତ୍ର ବିକଳ୍ପ। ଏ ନେଇ କେନ୍ଦ୍ର ତଥା ରାଜ୍ୟ ସରକାର ମେ’ ୩ ତାରିଖ ପର୍ଯ୍ୟନ୍ତ ଦେଶସାରା ଲକ୍‌ଡାଉନ ଲାଗୁ କରିଛନ୍ତି। ଏହି ସମୟରେ ଜରୁରୀ କାମ ନ ଥିଲେ କେହି ବାହାରକୁ ବାହାରିବା ଉଚିତ୍‌ ନୁହେଁ ବୋଲି ବାରମ୍ବାର ସଚେତନ କରାଯାଉଥିଲେ ମଧ୍ୟ ଏହାକୁ ଅନେକ ଅମାନିଆ ମାନୁ ନାହାନ୍ତି। ଏ ନେଇ କଟକ ଜିଲା ଓଲଟପୁର ପୋଲିସ ପକ୍ଷରୁ ଉକ୍ତ ଥାନା ଅଞ୍ଚଳର ଜନସାଧାରଣଙ୍କୁ ସଚେତନ କରିବା ପାଇଁ ଶୁକ୍ରବାର ସକାଳୁ କଣ୍ଟାପଡ଼ା, ବାଗଲପୁର ଓ ଅଡ଼ଶପୁର ପଞ୍ଚାୟତରେ ସାଇକେଲ ଶୋଭାଯାତ୍ରା ଆରମ୍ଭ ହୋଇଛି। ଓଲଟପୁର ଥାନା ଆଇଆଇସି ଚିନ୍ମୟୀ ସାହୁଙ୍କ ନେତୃତ୍ୱରେ କଟକ ସଦର ଉପଖଣ୍ଡ ପୋଲିସ ଅଧିକାରୀ ସୁବାସ ଚନ୍ଦ୍ର ପଣ୍ଡା, ଏସ୍‌ଆଇ କୈଳାସ ସାହୁ, ଏଏସ୍‌ଆଇ ଦୂର୍ଯ୍ୟୋଧନ ସେଠୀଙ୍କ ସମେତ ଏହି ଥାନାର ସମସ୍ତ କର୍ମଚାରୀ ସାଇକେଲ ରାଲି କରିବା ସହ ସାମାଜିକ ଦୂରତ୍ୱ, ସାବୁନରେ ହାତ ଧୋଇବା, ବାହାରକୁ ଗଲେ ମାକ୍ସ ପିନ୍ଧିବା ଓ ଜରୁରୀ କାମ ନ ଥିଲେ ବହାରକୁ ନ ବାହାରିବା ପାଇଁ ଜନସାଧରଣଙ୍କୁ ପରାମର୍ଶ ଦେଉଛନ୍ତି।

Share