ସିଓଲ,୧୧।୪: ସାରା ପୃଥିବୀରେ କରୋନା ସଂକ୍ରମଣ ଦେଇ ଲୋକଙ୍କ ମଧ୍ୟରେ କୋକୁଆ ଭୟ ଦେଖାଦେଇଛି। କରୋନା ଭୂତାଣୁ ସଂକ୍ରମଣକୁ କିପରି ରୋକାଯିବ ସେନେଇ ବହୁ ପରୀକ୍ଷା ନିରୀକ୍ଷା ଜାରି ରହିଛି। କରୋନା ଲକ୍ଷଣ ଦେଖାଦେଉଥିବା ଲୋକଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଉଛି। କରୋନା ଭୂତାଣୁର ସକ୍ରିୟ ଏବଂ ନିଷ୍କ୍ରିୟତା ନେଇ ଏବେ ଠିକ୍ ଭାବେ କୌଣସି ତଥ୍ୟ ମିଳିପାରୁନି। ତେବେ ଦକ୍ଷିଣ କୋରିଆରେ ୯୧ ଜଣ ସଂକ୍ରମିତ କରୋନା ମୁକ୍ତ ହୋଇଥିଲେ। ପରବର୍ତ୍ତୀ ସମୟରେ କିଛି ଦିନ ପରେ ସେମାନଙ୍କର ପରୀକ୍ଷା କରାଯାଇଥିଲା। ସେମାନେ ପଜିଟିଭ୍ ଥିବା ଜଣାପଡ଼ିଥିବା ଦକ୍ଷିଣ କୋରିଆ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ଏହା କିପରି ହେଲା ସେନେଇ ପରୀକ୍ଷା ଜାରି ରହିଛି। ହୁଏତ ସେମାନଙ୍କର ପରୀକ୍ଷା ଠିକ୍ ଭାବେ କରାଯାଇ ନ ଥିବା ସେଣ୍ଟର ଫର୍ ଡିଜିଜ୍ କଣ୍ଟ୍ରୋଲ ଆଣ୍ଡ୍ ପ୍ରିଭେନଶନ୍ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।