Advertisement

କରୋନା ମୃତ୍ୟୁ ସଂଖ୍ୟା: ଇଟାଲିକୁ ଟପିଲା ବ୍ରିଟେନ୍‌

ଲଣ୍ଡନ,୧୩।୫: କରୋନା ସଂକ୍ରମଣ ଯୋଗୁ ସାରା ପୃଥିବୀରେ ଆତଙ୍କ ଦେଖାଦେଇଛି। ପୃଥିବୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୩ ଲକ୍ଷ ୪୨ ହଜାର ୬୮୫ରେ ପହଞ୍ଚିଛି। ସେହିପରି ମୃତକଙ୍କ ସଂଖ୍ୟା ୨ ଲକ୍ଷ ୯୨ ହଜାର ୮୯୩ ଛୁଇଁଛି। ୧୬ ଲକ୍ଷ ୨ ହଜାର ୫୩୯ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଆମେରିକାରେ ସର୍ବାଧିକ ୧୪ ଲକ୍ଷ ୮ ହଜାର ୬୩୬ କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଛନ୍ତି। ଏଠାରେ ମୃତକଙ୍କ ସଂଖ୍ୟା ୮୩ ହଜାର ୪୨୫ ରହିଛି। କରୋନା ସଂକ୍ରମିତଙ୍କ ମୃତ୍ୟୁ ସଂଖ୍ୟାରେ ବ୍ରିଟେନ୍‌ ଦ୍ୱିତୀୟ ସ୍ଥାନରେ ରହିଛି। ଏଠାରେ ମୃତକଙ୍କ ସଂଖ୍ୟା ଇଟାଲିକୁ ଟପିଯାଇଛି। ବ୍ରିଟେନ୍‌ରେ ମୃତକଙ୍କ ସଂଖ୍ୟା ୩୨ ହଜାର ୬୯୨ ରହିଛି। ସେହିପରି ସଂକ୍ରମିତଙ୍କ ସଂଖ୍ୟାରେ ବ୍ରିଟେନ୍‌ ଚତୁର୍ଥ ସ୍ଥାନରେ ରହିଛି। ଏଠାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୨୬ ହଜାର ୪୬୩ ରହିଛି। ଇଟାଲିରେ କରୋନା ମୃତକଙ୍କ ସଂଖ୍ୟା ୩୦ ହଜାର ୯୧୧ ଥିବାବେଳେ ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୨୧ ହଜାର ୨୧୬ ରହିଛି। ସ୍ପେନ୍‌ କରୋନା ସଂକ୍ରମଣରେ ପୃଥିବୀରେ ଦ୍ୱିତୀୟ ସ୍ଥାନରେ ରହିଛି। ଏଠାରେ ୨ଲକ୍ଷ ୬୯ ହଜାର ୫୨୦ ଜଣ ସଂକ୍ରମିତ ହୋଇଥିବାବେଳେ ମୃତକଙ୍କ ସଂଖ୍ୟା ୨୬ ହଜାର ୯୨୦ ରହିଛି। ରୁଷ୍‌ କରୋନା ସଂକ୍ରମଣରେ ତୃତୀୟ ସ୍ଥାନରେ ରହିଛି। ରୁଷ୍‌ରେ ମୃତକଙ୍କ ସଂଖ୍ୟା ୨ ହଜାର ୧୧୬ ଥିବାବେଳେ ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୩୨ ହଜାର ୨୪୩ ରହିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share