କରୋନା ମୃତ୍ୟୁ ସଂଖ୍ୟା ୧୭ ୦୦ ଟପିଲା: ସଂକ୍ରମିତଙ୍କ ସଂଖ୍ୟା ୭୦ ହଜାର

ବେଜିଂ,୧୭।୨: ଚାଇନାରେ କରୋନା ମହାମାରୀ ଥମିବାର ନା ଧରୁନି। ଇତିମଧ୍ୟରେ ମୃତକଙ୍କ ସଂଖ୍ୟା ୧୭୬୫ରେ ପହଞ୍ଚିଥିବା ଚାଇନା ସରକାରଙ୍କ ପକ୍ଷରୁ ସୋମବାର ସୂଚନା ଦିଆଯାଇଛି। ଦେଶର ୩୦ଟିରୁ ଅଧିକ ସହରରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସଂକ୍ରମିତଙ୍କ ସଂଖ୍ୟା ୭୦,୪୦୦ରେ ପହଞ୍ଚିଛି। ରବିବାର କରୋନା ସଂକ୍ରମଣରେ ଶହେ ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ୧,୯୩୩ ନୂଆ ସଂକ୍ରମିତ ରୋଗୀଙ୍କୁ ଚିହ୍ନଟ କରାଯାଇଛି। ସୂଚନାଯୋଗ୍ୟ,୨୦୦୨-୨୦୦୩ରେ ସ୍ପାର୍ସ ଯୋଗୁ ହୋଇଥିବା ମୃତ୍ୟୁ ସଂଖ୍ୟାକୁ ଏହା ଟପିଯାଇଛି। ସ୍ପାର୍ସ ଯୋଗୁ ଏଠାରେ ୭୭୪ ଜଣଙ୍କ ମୃତ୍ୟୁ ଘଟିଥିଲା। ସେହିପରି ୮ ହଜାର ୯୮ ଜଣ ସ୍ପାର୍ସ ଦ୍ୱାରା ସଂକ୍ରମିତ ହୋଇଥିଲେ।

Share