Advertisement

କରୋନା ମୃତ୍ୟୁ ସଂଖ୍ୟା ୨ ଲକ୍ଷ ୪୮ ହଜାର ଟପିଲା

ଓ୍ବାଶିଂଟନ,୪।୫: କରୋନା ସଂକ୍ରମଣ ଯୋଗୁ ପୃଥିବୀରେ ଆତଙ୍କ ଦେଖାଦେଇଛି। ଇତିମଧ୍ୟରେ ପୃଥିବୀରେ ମୃତକଙ୍କ ସଂଖ୍ୟା ୨ ଲକ୍ଷ ୪୮ ହଜାର ୨୪୧ରେ ପହଞ୍ଚିଛି। ସେହିପରି ସଂକ୍ରମିତଙ୍କ ସଂଖ୍ୟା ୩୫ ଲକ୍ଷ ୬୫ ହଜାର ୧୧୦ ଛୁଇଁଛି।  ୧୧ ଲକ୍ଷ ୫୩ ହଜାର ୯୧୨ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଆମେରିକାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୧ ଲକ୍ଷ ୮୮ ହଜାର ୧୨୨ ଥିବାବେଳେ ମୃତକଙ୍କ ସଂଖ୍ୟା ୬୮ ହଜାର ୫୯୮ ରହିଛି। ସ୍ପେନ୍‌ରେ ୨ ଲକ୍ଷ ୪୭ ହଜାର ୧୨୨ଜଣ ସଂକ୍ରମିତ ହୋଇଥିବାବେଳେ ମୃତକଙ୍କ ସଂଖ୍ୟା ୨୫ ହଜାର ୨୬୪ ରହିଛି। ଇଟାଲିରେ ମୃତକଙ୍କ ସଂଖ୍ୟା ୨୮ ହଜାର ୮୮୪ ଥିବାବେଳେ ସଂକ୍ରମିତଙ୍କ ସଂଖ୍ୟା ୨ଲକ୍ଷ ୧୦ ହଜାର ୭୧୭ ରହିଛି। ବ୍ରିଟେନରେ ବର୍ତ୍ତମାନ ସୁଦ୍ଧା ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ୮୬ ହଜାର ୫୯୯ ରହିଛି ଏବଂ ମୃତକଙ୍କ ସଂଖ୍ୟା ୨୮ହଜାର ୪୪୬ ରହିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share