କରୋନା ମୃତ୍ୟୁ ସଂଖ୍ୟା ୭୪ ହଜାର ଟପିଲା: ସଂକ୍ରମିତଙ୍କ ସଂଖ୍ୟା ୧୩ ଲକ୍ଷ ୪୮ ହଜାର

ନୂଆଦିଲ୍ଲୀ/ଓ୍ବାଶିଂଟନ,୭।୪: ଚାଇନାର ଉହାନରୁ ଆରମ୍ଭ ହୋଇଥିବା କରୋନା ସଂକ୍ରମଣ ଯୋଗୁ ସାରା ପୃଥିବୀରେ ଇତିମଧ୍ୟରେ ୭୪ ହଜାର ୭୯୫ ଲୋକଙ୍କ ମୃତ୍ୟୁ ଘଟିଛି। ସେହିପରି ଏଥିରେ ୧୩ ଲକ୍ଷ ୪୮ ହଜାର ୪୩୦ଜଣ ସଂକ୍ରମିତ ହୋଇଛନ୍ତି। ସେହିପରି ୨ ଲକ୍ଷ ୮୬ ହଜାର ୫୬୭ ଲୋକ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଇଟାଲିରେ ମୃତ୍ୟୁ ସଂଖ୍ୟା ୧୬ ହଜାର ୫୨୩ ଥିବାବେଳେ ସ୍ପେନ୍‌ରେ ୧୩ ହଜାର ୩୪୧ଜଣଙ୍କ ମୃତ୍ୟୁ ହୋଇଛି। ଆମେରିକାରେ ମୃତକଙ୍କ ସଂଖ୍ୟା ୧୦ ହଜାର ଟପିଛି। ବହୁଦେଶରେ ସାମାଜିକ ଦୂରତା ଅବଲମ୍ବନ କରାଯିବା ଲାଗି ଲକ୍‌ଡାଉନ୍‌ ଜାରି ହୋଇଛି।

Share