କରୋନା ଯାଇନି, ସମସ୍ତେ ସତର୍କ ରହନ୍ତୁ: ପୋଲିସ କମିଶନର

ଭୁବନେଶ୍ୱର,୨୭।୫(ବ୍ୟୁରୋ)-କରୋନା ଯାଇନି। ସମସ୍ତେ ସତର୍କ ରହନ୍ତୁ। ଲକଡାଉନ ନିୟମକୁ ପାଳନ କରନ୍ତୁ। ଲକ୍‌ଡାଉନ କୋହଳର ଅର୍ଥ ନୁହେିଁ କରୋନା ପଳାଇଲା। ସାମାଜିକ ଦୂରତା ପ୍ରତ୍ୟେକ ଲୋକ ରକ୍ଷା କରନ୍ତୁ ବୋଲି ନିବେଦନ କରିଛନ୍ତି ଭୁବନେଶ୍ୱର ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ। ଏ ନେଇ ବୁଧବାର ସେ ସାମ୍ବାଦିକ ସମ୍ମିଳନୀ କରି ଏହି ସୂଚନା ଦେଇଛନ୍ତି। ପୋଲିସ କମିଶନର ଷଡଙ୍ଗୀ କହିଛନ୍ତି, ହେଲମେଟ ବ୍ୟବହାର ଭଳି ପୋଲିସ ଦେଖିଲେ ଲୋକ ମାସ୍କ ପିନ୍ଧୁଛନ୍ତି। ତେଣୁ ପ୍ରତ୍ୟେକ ଲୋକ ମାସ୍କ ପିନ୍ଧିବା ଜରୁରି। ଲୋକଙ୍କୁ ସଚେତନତା ପାଇଁ ମାଇକ ଯୋଗେ ପ୍ରଚାର କରାଯିବ। ସେହିପରି ବାହାରେ ଛେପ ନ ପକାଇବାକୁ ସେ ପରାମର୍ଶ ଦେଇଛନ୍ତି।

Share