କରୋନା ଯୁଦ୍ଧରେ ଟଳିପଡ଼ିଲେ ଅଙ୍ଗନଓ୍ବାଡି କର୍ମୀ

ଯୋଡା,୫।୫ (ଡି.ଏନ୍‌.ଏ.): କରୋନା ଯୁଦ୍ଧରେ ଟଳିପଡ଼ିଲେ ଅଙ୍ଗନଓ୍ବାଡି କର୍ମୀ। ଏଭଳି ଅଘଟଣ ଘଟିଛି କେନ୍ଦୁଝର ଜିଲାରେ। ଚମ୍ପୁଆ ବ୍ଲକ ଅନ୍ତର୍ଗତ ଶ୍ରୀଧରପୁର ଗ୍ରାମର ରୁକ୍ମଣୀ ମହାନ୍ତ ବିଲେଇପଦା ଅଙ୍ଗନଓ୍ବାଡି କେନ୍ଦ୍ରରେ କାର୍ଯ୍ୟରତ ଥିଲେ। କାର୍ଯ୍ୟରତ ସମୟରେ ହଠାତ୍‌ ତାଙ୍କ ମୁଣ୍ଡ ବୁଲାଇବାରୁ ସେ ଅସୁସ୍ଥ ହୋଇପଡ଼ିଥିଲେ। ଚିକିତ୍ସା ପାଇଁ ପ୍ରଥମେ ତାଙ୍କୁ ଚମ୍ପୁଆସ୍ଥିତ ଏକ ଘରୋଇ ଡାକ୍ତରଖାନା ଓ ପରେ କେନ୍ଦୁଝର ମୁଖ୍ୟ ଡାକ୍ତରଖାନକୁ ସ୍ଥାନାନ୍ତର କରାଯାଇଥିଲା। ରବିବାର ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ତାଙ୍କର ମୃତ୍ୟୁ ଘଟିଛି।

Share