ମୁମ୍ବାଇ: ବଲିଉଡ୍ର ନାମୀଦାମୀ କଳାକାର ଭିତରେ ଇର୍ଫାନ ଖାଁଙ୍କ ନାଁ ଥିଲା ଅନ୍ୟତମ। ଏପ୍ରିଏ ୨୯, ୨୦୨୦ରେ ତାଙ୍କର ପରଲୋକ ହୋଇଥିଲେ ମଧ୍ୟ ଏବେବି ସେ ଦର୍ଶକଙ୍କ ନିକଟରେ ଅଭୁଲା ହୋଇ ରହିଛନ୍ତି। କ୍ୟାନସରରେ ପୀଡ଼ିତ ଥାଇ ଖୁବ୍ କମ୍ ବୟସରେ ମୃତ୍ୟୁକୁ ଆପଣାଇ ନେଇଥିଲେ ଏହି କଳାକାର। ଏବେ କିନ୍ତୁ ତାଙ୍କର ଜଣେ ବନ୍ଧୁ କହିଛନ୍ତି ଶେଷ ସମୟରେ ସେ କରୋନା ଯୁଦ୍ଧରେ ସହଯୋଗର ହାତ ବଢାଇଛନ୍ତି। ସେ ଏଥିପାଇଁ ଆର୍ଥିକ ସହାୟତା କରିଥିଲେ ମଧ୍ୟ ଏକଥା କେଉଁଠି ପ୍ରକାଶ କରିବାକୁ ସମସ୍ତଙ୍କୁ ବାରଣ କରିଥିଲେ। ହେଲେ ତାଙ୍କ ବନ୍ଧୁ ଜିଲାଉଲ୍ଲାହ କହିଛନ୍ତି ଏହା ଇର୍ଫାନଙ୍କ ମହତ କାମ ହୋଇଥିବାରୁ ମୁଁ ଏହାକୁ ଲୋକ ଲୋଚନକୁ ଆଣିବାକୁ ଚେଷ୍ଟା କରିଛି। ଯଦି ସେ ବଞ୍ଚିଥାଆନ୍ତେ ତେବେ ସେ ଏହା କାହାକୁ ହୁଏତ କହି ନ ଥାଆନ୍ତେ। କିନ୍ତୁ ତାଙ୍କର ମୃତ୍ୟୁ ପରେ ଏହା କହିବା ଠିକ ହେବ ଭାବି ସେ ଇର୍ଫାନଙ୍କ ବଦାନ୍ୟତା କଥା ପ୍ରକାଶ କରି ଇର୍ଫାନଙ୍କୁ କ୍ଷମା ମାଗିଛନ୍ତି।