କରୋନା ଯୁଦ୍ଧରେ ହାରିଗଲେ ସିଆଇଏସ୍‌ଏଫ୍‌ର ଆସିଷ୍ଟାଣ୍ଡ ସବ୍‌ ଇନ୍ସପେକ୍ଟର

କୋଲକାତା,୧୨।୫: ଦେଶରେ ବେଳକୁ ବେଳ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଏଥିରେ ଶହ ଶହ କରୋନା ଯୋଦ୍ଧା ସଂକ୍ରମିତ ହେବା ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି। ଏମିତି ଜଣେ ଆଗଧାଡିର କରୋନା ଯୋଦ୍ଧା ସେଣ୍ଟ୍ରାଲ ଇଣ୍ଡଷ୍ଟ୍ରିଆଲ୍‌ ସିକ୍ୟୁରିଟି ଫୋର୍ସ(ସିଆଇଏସ୍‌ଏଫ୍‌)ର ଆସିଷ୍ଟାଣ୍ଡ ସବ୍‌ ଇନ୍ସପେକ୍ଟରଙ୍କ ମୃତ୍ୟୁ କରୋନାକୁ ନେଇ ଉପୁଜିଥିବା ଚିନ୍ତାକୁ ଆହୁରି ବଢାଇ ଦେଇଛି। କୋଲକତାରେ କାର୍ଯ୍ୟରତ ଏହି ଆସିଷ୍ଟାଣ୍ଡ ସବ୍‌ ଇନ୍ସପେକ୍ଟର ଜଣକ କରୋନାରେ ସଂକ୍ରମିତ ହୋଇ ଚିକିତ୍ସିତ ହେଉଥିବା ବେଳେ ସୋମବାର ରାତିରେ ତାଙ୍କର ମୃତ୍ୟୁ ହୋଇଛି। ସୂଚନାଯୋଗ୍ୟ, ଏବେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟ ୭୦ ହଜାର ଅତିକ୍ରମ କରିଥିବା ବେଳେ ବେଳକୁ ବେଳ ଏହା ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି।

Share