ଥିରୁଭାନନ୍ତପୁରମ,୨୪।୪: କରୋନା ଭାଇରସରେ ସଂକ୍ରମିତ ହୋଇଥିଲେ କେରଳ କୋଜିକୋଡେ ଜିଲାର ୪ ମାସର ଶିଶୁ। ଏହି ଶିଶୁ ଶେଷରେ କରୋନା ଯୁଦ୍ଧରେ ହାରି ଯାଇଛନ୍ତି। ଶୁକ୍ରବାର ଶିଶୁଙ୍କ ମୃତ୍ୟୁ ହୋଇଥିବା ଘୋଷଣା କରାଯାଇଛି। ଗତ ୨୨ ତାରିଖରେ ସେ କରୋନା ପଜିଟିଭ ଚିହ୍ନଟ ହେବା ପରେ ତାଙ୍କର ଚିକିତ୍ସା କରାଯାଉଥିଲା। ଏବେ ଶିଶୁଟିର ମାତାପିତାଙ୍କ ନମୁନା ପରୀକ୍ଷା ପାଇଁ ପଠାଯାଇଥିବା ବେଳେ ରିପୋର୍ଟ ଆସି ନ ଥିବା ଜଣାପଡିଛି। ତେବେ ଶିଶୁଟି ଜନ୍ମରୁ ହୃଦରୋଗ ଓ କମ୍ ଓଜନ ଥିବା କହିଛନ୍ତି ଚିକିତ୍ସା କରୁଥିବା ଡାକ୍ତର। ସୂଚନାଯୋଗ୍ୟ, ଏବେସୁଦ୍ଧା କେରଳରେ ୪୪୭ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବା ବେଳେ ସେଥିମଧ୍ୟରୁ ୩୨୪ ସୁସ୍ଥ ହୋଇ ସାରିଲେଣି ଓ ୪ ଜଣଙ୍କ ମୃତ୍ୟୁ ହୋଇଛି।