କରୋନା ଯୁଦ୍ଧର ସାରଥି ସାଜି ଭୋକିଲାଙ୍କୁ ଗହମ ଦେଲେ ଚାଷୀ

ମୁମ୍ବାଇ,୨୯।୩: କରୋନା ଭାଇରସ କାରଣରୁ ସାରା ଦେଶକୁ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଫଳରେ ସାଧାରଣ ଖଟିଖିଆ ଶ୍ରମିକ ଦିନକୁ ଦିଓଳି ଖାଦ୍ୟ ଯୋଗାଡ କରିବା କଷ୍ଟକର ବ୍ୟାପାର ହୋଇପଡିଛି। ଏହି ସମୟରେ ଅନ୍ୟକୁ ସାହାଯ୍ୟର ହାତ ବଢାଇବାକୁ କୁହାଯାଉଥିବା ବେଳେ ମହାରାଷ୍ଟ୍ର ନାସିକର ଜଣେ କୃଷକଙ୍କ ବଦାନ୍ୟତା ଦେଖିବାକୁ ମିଳିଛି। ଦତ୍ତ ରାମ ପାଟିଲ ନାମକ ଜଣେ ଚାଷୀ ତାଙ୍କ ୩ ଏକର ଜମିରେ ଗହମ ଚାଷ କରିଥିବା ବେଳେ ଏବେ ସେ ଗୋଟିଏ ଏକର ଜମିର ଗହମ ଗରିବଙ୍କୁ ବାଣ୍ଟି ଦେଇଛନ୍ତି। ପାଟିଲ କହିଛନ୍ତି ତାଙ୍କର ଆର୍ଥିକ ଅବସ୍ଥା ଏତେ ସ୍ବଚ୍ଛଳ ନୁହେଁ। ହେଲେ ଗରିବକଙ୍କୁ ଗୋଟିଏ ରୁଟି ଦେବା ଅପେକ୍ଷା ଅଧାକେଜି ଗହମ ଦାନ କରିବାରେ କୌଣସି ଅସୁବିଧା ନାହିଁ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, କରୋନା ଭାଇରସ ସଂକ୍ରମଣରେ ଏବେ ଭାରତରେ ପ୍ରାୟ ୨୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏକ ହଜାରରୁ ଊର୍ଦ୍ଧ୍ୱ ଏଥିରେ ସଂକ୍ରମିତ ହୋଇଛନ୍ତି।

Share