କରୋନା ଯୁଦ୍ଧ: ମୁଖ୍ୟମନ୍ତ୍ରୀ ରିଲିଫ୍‌ ଫଣ୍ଡକୁ ୧ଲକ୍ଷ ଦାନକଲେ ଅଭିନେତା ସବ୍ୟସାଚୀ

ଭୁବନେଶ୍ୱର,୨୯ା୩ (ବ୍ୟୁରୋ): କରୋନା ସଂକ୍ରମଣ ରୋକିବାକୁ ଓଲିଉଡ୍‌ ଅଭିନେତା ଓ ଅଭିନେତ୍ରୀମାନେ ଅଣ୍ଟା ଭିଡିଛନ୍ତି। ଲୋକଙ୍କୁ ସଚେତନ କରିବା ସହ ଦାନ ମଧ୍ୟ କରୁଛନ୍ତି। ଶୁକ୍ରବାର ଅଭିନେତ୍ରୀ ରାନୀ ପଣ୍ଡା ୫୦ ହଜାର ଟଙ୍କା ଦାନ କରିଥିବାବେଳେ ଶନିବାର ଅଭିନେତା ସବ୍ୟସାଚୀ ମିଶ୍ର ମୁଖ୍ୟମନ୍ତ୍ରୀ ରିଲିଫ୍‌ ଫଣ୍ଡକୁ ୧ ଲକ୍ଷ ଟଙ୍କା ଦାନ କରିଛନ୍ତି। ସବ୍ୟସାଚୀ କହିଛନ୍ତି, ବର୍ତ୍ତମାନ ପରିସ୍ଥିତିରେ ଗରିବ ଅସହାୟଙ୍କ ପାଇଁ ଆମର କିଛି କିଛି ଦାନ ଅର୍ଥ ବେଶ୍‌ ସହାୟକ ହେବ। ତେଣୁ ସମସ୍ତେ ସରକାରଙ୍କୁ ସହଯୋଗର ହାତ ବଢାନ୍ତୁ। ଲକ୍‌ଡାଉନ୍‌ ସମୟରେ କୌଣସି ଜରୁରୀ କାମ ନ ଥିଲେ ବାହାରକୁ ବାହାରନ୍ତୁ ନାହିଁ। ଯାଉଥିଲେ ଘରକୁ ଆସି ହାତ ଧୁଅନ୍ତୁ। କରୋନା ଭୂତାଣୁ ବିରୋଧରେ ଆମେ ସମସ୍ତେ ଘରେ ରହି ଲଢେଇ କରିବାକୁ ହେବ ବୋଲି ସବ୍ୟସାଚୀ କହିଛନ୍ତି।

Share