କରୋନା ଯୋଗୁ ଆମେରିକା ଅର୍ଥନୀତିରେ ସଙ୍କଟ: ୩୦୦,୦୦୦ କୋଟି ଡଲାରର ଋଣ ଆବଶ୍ୟକ

ଓ୍ବାଶିଂଟନ,୫।୫: କରୋନା ସଂକ୍ରମଣ ନେଇ ଆମେରିକାରେ ଆତଙ୍କ ଦେଖାଦେଇଛି। ସଂକ୍ରମିତ ଏବଂ ମୃତକଙ୍କ ସଂଖ୍ୟା ବଢ଼ିଚାଲିଛି। ସେହିପରି ଦେଶର ଅର୍ଥନୀତିରେ ସଙ୍କଟ ସୃଷ୍ଟି ହୋଇଛି। ବିଗୁଡୁଥିବା ଅର୍ଥନୀତିରେ ସୁଧାର ଆଣିବା ପାଇଁ ଆମେରିକା ୩୦୦,୦୦୦ କୋଟି ଡଲାରର ଋଣ ଆବଶ୍ୟକ କରୁଛି ବୋଲି କୁହାଯାଉଛି। ଦ୍ୱିତୀୟ ତ୍ରୟମାସରେ ଏହି ରେକର୍ଡ ପରିମାଣର ଋଣ ଆମେରିକା ଲୋଡ଼ିବାର ଯଥେଷ୍ଟ ସମ୍ଭାବନା ରହିଛି। ଏହି ଋଣ ଅର୍ଥରେ ଆମେରିକାର ସ୍ବାସ୍ଥ୍ୟ ସେବାକୁ ବିକଶିତ କରାଯିବା ସହିତ ଲୋକଙ୍କୁ ଆବଶ୍ୟକ ସହାୟତା ଯୋଗାଇ ଦିଆଯିବ। ତେବେ ଏତେ ପରିମାଣର ଋଣ ନେବା ଦେଶର ଅର୍ଥନୀତି ପାଇଁ ଅନୁକୂଳ ନୁହେଁ ବୋଲି ଅର୍ଥଶାସ୍ତ୍ରୀ ମତପୋଷଣ କରିଛନ୍ତି। ସୂଚନାଯୋଗ୍ୟ,୨୦୧୯ରେ ଆମେରିକା ୧୨୮,୦୦୦ କୋଟି ଡଲାର ଋଣ ନେଇଥିଲା।

Share