ସମ୍ବଲପୁର, ୧୧।୪ (ବ୍ୟୁରୋ)- କରୋନା ଭୂତାଣୁ ପ୍ରତିଷେଧକ ଭାବେ ସମ୍ବଲପୁରରେ ଲକ୍ ଡାଉନ ଜାରି ରହିଛି । ଗରିବ ଜନସାଧାରଣଙ୍କୁ ଜିଲା ପ୍ରଶାସନ ଓ ବିଭିନ୍ନ ସାମାଜିକ ଅନୁଷ୍ଠାନ ପକ୍ଷରୁ ଖାଦ୍ୟ ବଣ୍ଟନ କରାଯାଉଛି । କିନ୍ତୁ ଗୋରୁ ଗାଈ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ସମ୍ବଲପୁର କଂଶାରିପଡାର ଘନଶ୍ୟାମ ଅଗ୍ରୱାଲଙ୍କ ନେତୃତ୍ୱରେ ୬ଜଣ ଯୁବକ ସହରର ବିଭିନ୍ନ ଅଞ୍ଚଳ ବୁଲି ଗାଈଗୋରୁଙ୍କୁ ଦାନା ପ୍ରଦାନ କରୁଛନ୍ତି । ଏହି ଧାରା ଲକ୍ ଡାଉନ ଶେଷ ପର୍ଯ୍ୟନ୍ତ ଚାଲିବ ବୋଲି ସୂଚନା ଦେଇଛନ୍ତି ।