Categories: ବାଣିଜ୍ୟ

କରୋନା ଯୋଗୁ ପର୍ଯ୍ୟଟନ ଶିଳ୍ପର ୩,୫୦୦ କୋଟି କ୍ଷତି ଆଶଙ୍କା

ନୂଆଦିଲ୍ଲୀ,୧୦-୨: କରୋନା ଭାଇରସ ଯୋଗୁ ଦେଶର ଅନ୍ୟ କ୍ଷେତ୍ର ଉପରେ ପ୍ରଭାବ ପଡୁଥିବା ଦେଖାଯାଉଛି। ଦେଶର ପର୍ଯ୍ୟଟନ ଶିଳ୍ପ ଏହା ଦ୍ୱାରା ଗଭୀର କ୍ଷତି ସହିଥିବା କୁହାଯାଉଛି। ଏକ ଗଣମାଧ୍ୟମ ରିପୋର୍ଟ ମୁତାବକ ଭାରତୀୟ ଟୁର ଅପରେଟରଙ୍କୁ ୩,୫୦୦ କୋଟି କ୍ଷତି ହେବା ନେଇ ଆଶଙ୍କା କରାଯାଉଛି। ଏଭଳି ସ୍ଥିତି ବର୍ଷ ସାରା ଲାଗି ରହିଲେ ଟୁର ଅପରେଟରଙ୍କୁ ୧୪ ହଜାର କୋଟି ଟଙ୍କାରୁ ଉର୍ଦ୍ଧ୍ୱ କ୍ଷତି ସହିବାକୁ ପଡିବ ବୋଲି ଅନୁମାନ କରାଯାଉଛି। କରୋନା ଭାଇରସ ଦ୍ୱାରା ବର୍ତ୍ତମାନ ସୁଦ୍ଧା ପ୍ରାୟ ୮୦୦ ଲୋକଙ୍କର ମୃତ୍ୟୁଘଟିଛି। ୩୪ ହଜାରରୁ ଅଧିକ ଲୋକ ଏହା ଦ୍ୱାରା ସଂକ୍ରମିତ ହୋଇଛନ୍ତି। କରୋନା ଯୋଗୁ ଅନ୍ୟ ଦେଶରୁ ଆସୁଥିବା ଲୋକମାନେ ସେମାନଙ୍କ ଟିକେଟ ରଦ୍ଦ କରୁଛନ୍ତି। ଏହାର ପ୍ରଭାବ ପର୍ଯ୍ୟଟନ ଏବଂ ହୋଟେଲ ଶିଳ୍ପ ଉପରେ ପଡିଛି।

Share