Categories: ଜାତୀୟ

କରୋନା ଯୋଗୁ ପ୍ରଭାବିତ ହେଲାଣି ହୋଟେଲ ଶିଳ୍ପ

ଜୟପୁର,୧୫।୩: କରୋନା ଭାଇରସକୁ ଦେଖି ଏବେ ସବୁ ପ୍ରକାର ସତର୍କତା ଅବଲମ୍ବନ କରାଯାଉଛି। ଏହାପରେ ବି ଏବେ ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦୮ରେ ପହଞ୍ଚିଥିବା ବେଳେ ୨ ଜଣଙ୍କ ମୃତ୍ୟୁ ହୋଇ ସାରିଲାଣି। ବିଭିନ୍ନ ରାଜ୍ୟରେ ଶିକ୍ଷାନୁଷ୍ଠାନ, ସିନେମା ହଲ, ସୁଇମିଂ ପୁଲ ଓ ପର୍ଯ୍ୟଟନ ସ୍ଥଳୀକୁ ମଧ୍ୟ ବନ୍ଦ କରାଯାଉଥିବା ଦେଖାଦେଇଛି। ଏସବୁ ପରେ ଏବେ କରୋନାର ପ୍ରଭାବ ହୋଟେଲ ଶିଳ୍ପ ଉପରେ ପଡିଲାଣି ବୋଲି କୁହାଯାଉଛି। ରାଜସ୍ଥାନ ଜୟପୁର ହୋଟେଲ ଆସୋସିଏଶନର ଅଧ୍ୟକ୍ଷ ଗଜେନ୍ଦ୍ର ଲୁନିଓ୍ବାଲ କହିଛନ୍ତି ଏବେ ହୋଟେଲ ବୁକିଂ ଆଦୌ ନାହିଁ କହିଲେ ଚଳେ। ଏମିତିକି ବିଦେଶୀଙ୍କ କଥା ଦୂରେଥାଉ ଘରୋଇ ପର୍ଯ୍ୟଟକ ମଧ୍ୟ ଏବେ ହୋଟେଲ ଆସୁ ନାହାଁନ୍ତ ବୋଲି ସେ କହିଛନ୍ତି। ଫଳରେ ହୋଟେଲ ଶିଳ୍ପ ପ୍ରଭାବିତ ହୋଇଥିବା ବେଳେ ଏହାସହ ଯେଉଁମାନେ ଯୋଡି ହୋଇଛନ୍ତି ସେସବୁ ବ୍ୟବସାୟ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି ବୋଲି ସେ କହିଛନ୍ତି।

Share