ଓ୍ବାଶିଂଟନ,୩୧।୩: କରୋନା ସଂକ୍ରମଣ ଏବେ ସାରା ବିଶ୍ୱପାଇଁ ଚିନ୍ତାର କାରଣ ପାଲଟି ଯାଇଛି। ଏବେ ସାରା ବିଶ୍ୱ କରୋନାକୁ ନେଇ ଏକ ପ୍ରକାର ଠପ୍ ହୋଇ ଯାଇଛି କହିଲେ ଚଳେ। ଏହାକୁ ଦେଖି ଜାତିସଂଘ କହିଛି ଚଳିତ ବର୍ଷ କରୋନା ଯୋଗୁ ବିଶ୍ୱର ଆର୍ଥିକ ମେରୁଦଣ୍ଡ ଭାଙ୍ଗିଯିବ। ହେଲେ ଏ କ୍ଷେତ୍ରରେ ଚାଇନା ଓ ଭାରତ ଟିକେ ଭଲ ସ୍ଥିତିରେ ରହିବେ ବୋଲି ଅନୁମାନ କରିଛି ଜାତିସଂଘ। ଯଦିଓ ଚାଇନାରୁ ଆରମ୍ଭ ହୋଇଥିବା ଏହି କରୋନା ଭାଇରସ ଏବେ ସାରା ବିଶ୍ୱରେ ପହଞ୍ଚି ସାରିଲାଣି ତଥାପି ଚାଇନାରେ ଘୋଷଣା କରାଯାଇଥିବା ସରକାରୀ ପ୍ୟାକେଜ ଦେଶର ଅର୍ଥନୀତିକୁ ସାମାନ୍ୟ ବଞ୍ଚାଇ ଦେଇପାରେ ବୋଲି କୁହାଯାଉଛି। ଏଥର ଡଲାରର ମୂଲ୍ୟ ହ୍ରାସ ହେବା ଆଶଙ୍କା କରାଯାଉଥିବାରୁ ଏହାର ପ୍ରଭାବ ବିକାଶଶୀଳ ଦେଶ ଉପରେ ବିଶେଷ ଭାବେ ପଡିବ ବୋଲି ଅନୁମାନ କରିଛି ଜାତିସଂଘ।