କରୋନା ଯୋଗୁ ମହାରାଷ୍ଟ୍ରରେ ପ୍ରଥମରୁ ଅଷ୍ଟମ ଅଲ୍‌ ପାସ୍‌

ମୁମ୍ବାଇ,୨୧।୩: କରୋନା ସଂକ୍ରମଣ ଯୋଗୁ ଭାରତରେ ଆତଙ୍କ ଦେଖାଦେଇଛି। ମହାରାଷ୍ଟ୍ରରେ ସର୍ବାଧିକ କରୋନା ଦ୍ୱାରା ସଂକ୍ରମିତ ହୋଇଛନ୍ତି। ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସମସ୍ତ ଶିକ୍ଷାନୁଷ୍ଠାନକୁ ବନ୍ଦ କରି ଦେଇଛନ୍ତି। ଫଳରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରୀଛାତ୍ର ପରୀକ୍ଷା ଦେବାରୁ ବଞ୍ଚିତ ହୋଇଛନ୍ତି। ତେବେ ରାଜ୍ୟ ସରକାର ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ସମସ୍ତ ଛାତ୍ରୀଛାତ୍ରଙ୍କୁ ବିନା ପରୀକ୍ଷାରେ ପାସ୍‌ କରାଇବା ଲାଗି ଅଲ୍‌ ପାସ୍‌ ଘୋଷଣା କରିଛନ୍ତି। ଏନେଇ ଶିକ୍ଷାମନ୍ତ୍ରୀ ବର୍ଷା ଗାଇକ୍ୱାଡ୍‌ ସୂଚନା ଦେଇଛନ୍ତି।

Share