କରୋନା ଯୋଗୁ ରୋଜଗାର ହରାଇବେ ୧୬୦ କୋଟି: ଆଇଏଲ୍‌ଓ

ଜେନେଭା,୩୦।୪: କରୋନା ସଂକ୍ରମଣର ପ୍ରଭାବ ଯୋଗୁ ପୃଥିବୀର ଅର୍ଥ ବ୍ୟବସ୍ଥା ସଙ୍କଟରେ ପଡ଼ିଛି। ସଂକ୍ରମଣରୁ ଦୂରେଇ ରହିବା ପାଇଁ ବହୁ ଦେଶରେ ଲକ୍‌ଡାଉନ୍‌ ଜାରି ରହିଛି। ଏହାଦ୍ୱାରା ଆଗାମୀ ଦିନରେ ଅଣସଂଗଠିତ କ୍ଷେତ୍ରରେ କାର୍ଯ୍ୟକରୁ ଥିବା ୨୦୦ କୋଟି ଲୋକଙ୍କ ମଧ୍ୟରୁ ୧୬୦ କୋଟି ରୋଜଗାର ହରାଇବାର ଆଶଙ୍କା ଥିବା ଅନ୍ତର୍ଜାତୀୟ ଶ୍ରମ ସଂଗଠନ(ଆଇଏଲ୍‌ଓ) ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି। ସାରା ପୃଥିବୀରେ କାମ କରୁଥିବା ଲୋକଙ୍କ ସଂଖ୍ୟା ୩୩୦ କୋଟି ଥିବାବେଳେ ଏହାର ଅଧାରୁ ଅଧିକ କରୋନା ଯୋଗୁ ବେକାର ହେବ ବୋଲି ଆଇଏଲ୍‌ଓ କହିଛି। ସେହିପରି ୪୩ କୋଟି ୬୦ ଲକ୍ଷରୁ ଅଧିକ ଛୋଟ ଛୋଟ ଉଦ୍ୟୋଗର କାରବାର ଉପରେ ସଙ୍କଟ ଦେଖାଯିବାର ଆଶଙ୍କା ରହିଛି। କରୋନା ସଂକ୍ରମଣର ଏକମାସ ମଧ୍ୟରେ ଅଣସଂଗଠିତ କ୍ଷେତ୍ରରେ ୬୦ ପ୍ରତିଶତ ଲୋକ ଜୀବିକା ହରାଇଛନ୍ତି।

Share