ଜେନେଭା,୧୨।୩: କରୋନା ଭୂତାଣୁ ସଂକ୍ରମଣ ଯୋଗୁ ପୃଥିବୀର ୧୨୧ ଦେଶରେ ସଙ୍କଟ ଦେଖାଦେଇଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ବିଭିନ୍ନ ଦେଶରେ ବହୁ ସ୍କୁଲକୁ ବନ୍ଦ କରି ଦିଆଯାଇଛି। ଏହା ଦ୍ୱାରା ୩୬ କୋଟିରୁ ଅଧିକ ଛାତ୍ରୀଛାତ୍ରଙ୍କ ଶିକ୍ଷା ପ୍ରଭାବିତ ହୋଇଥିବା ୟୁନେସ୍କୋ ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଦର୍ଶାଯାଇଛି। ଏଧି ସମସ୍ୟାର ସମାଧାନ କିପରି ହେବ ସେନେଇ ୟୁନେସ୍କୋ ବାଟ ଖୋଜୁଥିବା କୁହାଯାଉଛି। ସ୍କୁଲ ପିଲାଙ୍କ ଶିକ୍ଷା କିଭଳି ବାଧାପ୍ରାପ୍ତ ନହେବ ସେଥିପାଇଁ ୟୁନେସ୍କୋ ବିକଳ୍ପ ବ୍ୟବସ୍ଥାର ସନ୍ଧାନ କରୁଛି। ଇତିମଧ୍ୟରେ ୟୁନେସ୍କୋ ପକ୍ଷରୁ ଏହା ସଦସ୍ୟ ରାଷ୍ଟ୍ରଙ୍କ ଶିକ୍ଷାମନ୍ତ୍ରୀ ଏବଂ ଅଧିକାରୀଙ୍କ ସହିତ ଭିଡ଼ିଓ କନଫରେନ୍ସିଂରେ ଆଲୋଚନା କରାଯାଇଛି। ସୂଚନାଯୋଗ୍ୟ, ଏସିଆ, ୟୁରୋପ, ମଧ୍ୟ ପୂର୍ବ ଏବଂ ଉତ୍ତର ଆମେରିକାରେ ବହୁ ସ୍କୁଲକୁ କରୋନା ସଂକ୍ରମଣ ଯୋଗୁ ବନ୍ଦ କରାଯାଇଛି। ୧୫ଟି ଦେଶରେ ରାଷ୍ଟ୍ରୀୟସ୍ତରରେ ଏଭଳି କରାଯାଇଛି। ସେହିପରି ଭାରତ ଏବଂ ଅନ୍ୟ ୧୪ଟି ଦେଶରେ କେତେକ ସ୍ଥାନରେ ଥିବା ସ୍କୁଲକୁ ବନ୍ଦ କରାଯାଇଛି।
Posted inଅନ୍ତର୍ଜାତୀୟ