ଲୋଇସିଂହା,୧୨।୫(ଡି.ଏନ୍.ଏ.): ବଲାଙ୍ଗୀର ଜିଲା ଲୋଇସିଂହା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କର୍ମଚାରୀଙ୍କୁ ସ୍ଥାନୀୟ ଏକ ସ୍ବେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ସୁରକ୍ଷା ଉପକରଣ ଏନ୍-୯୫ ମାକ୍ସ, ସାନିଟାଇଜର୍ ଓ ଗ୍ଲୋବ୍ସ ପ୍ରଭୃତି ପ୍ରଦାନ କରାଯାଇଛି। ଲୋଇସିଂହା ବିଧାୟକ ମୁକେଶ ମହଲିଙ୍ଗ ସ୍ବାସ୍ଥ୍ୟ କେନ୍ଦ୍ର ସମ୍ମୁଖରେ ଡାକ୍ତରଖାନା ଭାରପ୍ରାପ୍ତ ଅଧିକାରୀ ପ୍ରତିମା ସୋରେନଙ୍କୁ ଏହି ସୁରକ୍ଷା ଉପକରଣ ପ୍ରଦାନ କରିଥିଲେ। ଅଙ୍ଗନବାଡି ଓ ଆଇସିଡିଏସ୍ ଷ୍ଟାପ୍ଙ୍କ ପାଇଁ ସିଡ଼ିପିଓଙ୍କୁ ଏସବୁ ଉପକରଣ ଦିଆଯାଇଛି। ଏହି ଅବସରରେ ସଂସ୍ଥାର ମ୍ୟାନେଜର ଆମିନ ପାଣିଗ୍ରାହୀ, ସୁଧୀର ସ୍ବାଇଁ, ପ୍ରମୁଖ ଉପସ୍ଥିତ ଥିଲେ।