କରୋନା ଯୋଦ୍ଧାଙ୍କୁ ସଂକୀର୍ତ୍ତନରେ ସ୍ବାଗତ କଲେ ଗ୍ରାମବାସୀ

କୋମନା, ୨୦ା୪(ଡି.ଏନ.ଏ.) ନୂଆପଡା ଜିଲା କୋମନା ବ୍ଲକ ଡୋଙ୍ଗରିପାଲୀ ଗାଁରେ କରୋନା ମୁକାବିଲାରେ ନିୟୋଜତ ପୋଲିସ ଅଧିକାରୀ ଓ ଯବାନମାନଙ୍କୁ ଏକ ନିଆରା ଢଙ୍ଗରେ ଲୋକେ ସ୍ବାଗତ ଜଣାଇଛନ୍ତି। ସ୍ଥାନୀୟ ଗ୍ରାମବାସୀ ଅଧିକାରୀମାନଙ୍କୁ ସ୍ବାଗତ କଲାବେଳେ ନାମ ସଂକୀର୍ତ୍ତନ୍ୟ ଗାନ କରିଥିଲେ। ମଧ୍ୟାହ୍ନରେର କୋମନା ଥାନା ଏସଆଇ ଜିତେନ୍ଦ୍ର ବିଶ୍ୱାଳ, ଏସଆଇ କ୍ଷମାମଣି ସାହୁ, ଏଏସଆଇ ଦୃପଦସେନ ସାଗର ଓ ଆଇଆରବି ଯବାନମାନେ ଡୋଙ୍ଗରୀପାଲି ଗାଁ ଲୋକଙ୍କୁ ମହାମାରୀ କରୋନା ସମ୍ପର୍କରେ ସଚେତନ କରିବା ପାଇଁ ପାଟ୍ରୋଲିଙ୍ଗରେ ଯାଇଥିଲେ। ଏହି ସମୟରେ ଲୋକେ ସେମାନଙ୍କୁ ସ୍ବାଗତ କରିବା ପାଇଁ ପୂର୍ବରୁ ପ୍ରସ୍ତୁତି କରି ସାରିଥିଲେ। ଲୋକନାଥ ସିନ୍ଦୁର, ତୁଲାରାମ ମାଝୀ, ଦଶରଥ ମାଝି, ମନୋହର ସେଠୀ, ଦେବରାଜ ସେଠୀ, ଗୁପ୍ତ ସିନ୍ଦୁର, ସୋବିନ ଶବର ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।