କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା

ନିଆଳି,୧୩।୫(ଡି.ଏନ୍‌.ଏ.): କଟକ ଜିଲା ନିଆଳି ବ୍ଲକ ଅନ୍ତର୍ଗତ ଦେବୀ-କନ୍ଦଳ ଦିପାଞ୍ଚଳ ଅଗ୍ରଣୀ ସନ୍‌ସାଇନ ୟୁଥ କ୍ଲବ ଆନୂକଲ୍ୟରେ କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। କରୋନା ମହାମାରୀ କବଳରୁ ଜନ ସମାଜକୁ ରକ୍ଷା କରୁଥିବା ଯୋଦ୍ଧା ଭାବେ ତହସିଲଦାର ବିଦ୍ୟାଧର ପତି, ବ୍ଲକ ଉନ୍ନୟନ ଅଧିକାରୀ ଅଶୋକ କୁମାର ଲେଙ୍କା, ନିଆଳି ଆଇଆଇସି ଓ ନିଆଳି ପ୍ରେସ କ୍ଳବ ମୁଖ୍ୟଙ୍କୁ “ଆମ ଗାଁ ଆମ କଥା”ର ସଭାପତି ଅବିନାଶ ଦାସ ଉପଢୌକନ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ। ସେହିପରି ଦିପାଞ୍ଚଳର କସର୍ଦା ଫାଣ୍ଡି ଅଧିକାରୀ ଏବଂ ଫାଣ୍ଡି କର୍ମଚାରୀ ଓ କସର୍ଦା ଡାକଘରର ମୁଖ୍ୟ ଓ ଅନ୍ୟମାନଙ୍କୁ କ୍ଳବର ମୁଖ୍ୟ ପରିଚାଳକ ଏବଂ ଆମ ଗାଁ ଆମ କଥାର ସଂଗଠନ ସମ୍ପାଦକ ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। ସେହିଭଳି ଜଗତସିଂହପୁର ପ୍ରେସ କ୍ଲବର ଖବରଦାତା, ଅଙ୍ଗନବାଡି ଆନିମେଟର, କସର୍ଦା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଚିକିତ୍ସକଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା। ଏଥିସହ ସମ୍ବର୍ଦ୍ଧିତ ବ୍ୟକ୍ତି ବିଶେଷଙ୍କୁ ସାନିଟାଇଜର୍‌ ପ୍ରଦାନ କରାଯାଇଥିଲା।

Share