କରୋନା ଯୋଦ୍ଧାଙ୍କୁ ୧ ଲକ୍ଷ ସାନିଟାଇଜର ଦାନ କଲେ ସଲମାନ

ମୁମ୍ବାଇ: କରୋନା ମହାମାରୀକୁ ନେଇ ଦେଶ ଏକ ଘଡିସନ୍ଧି ମୁହୂର୍ତ୍ତ ଦେଇ ଗତି କରୁଥିବା ବେଳେ ବଲିଉଡ୍‌ ଭାଇଜାନ ସଲମାନ ଖାଁ ଲୋକମାନଙ୍କୁ ସହାୟତା ଯୋଗାଇ ଦେଉଛନ୍ତି। ଏମିତିକି ସହାୟତା ପାଇଁ ଆସୁଥିବା କୌଣସି ସୁଯୋଗକୁ ଯେମିତି ସେ ହାତଛଡା କରିବାକୁ ଚାହୁଁ ନାହାନ୍ତି। ନିକଟରେ ସଲମାନ ଏକ ନୂଆ ବ୍ୟବସାୟ ଆରମ୍ଭ କରିଛନ୍ତି। ଫିଟନେସ୍‌ ଇକ୍ୟୁପଣ୍ଟେସ୍‌, ଜିମ ଓ ସାଇକେଲ ବ୍ରାଣ୍ଡ ପରେ ଏବେ ସଲମାନ ନିଜର ଗ୍ରୁମିଂ କେୟାର ବ୍ରାଣ୍ଡ ଫ୍ରେଶ(ଏଫ୍‌ଆର୍‌ଏସ୍‌ଏଚ୍‌) ଲଞ୍ଚ କରିଛନ୍ତି। ମେ’ ୨୪ରେ ସୋସିଆଲ ମିଡିଆରେ ସଲମାନ ନିଜର ନୂଆ ସୌନ୍ଦର୍ଯ୍ୟ ଓ ପର୍ସନାଲ କେୟାର ବ୍ରାଣ୍ଡ ‘ଫ୍ରେଶ’ର ଲଞ୍ଚ କରିବା କଥା ଘୋଷଣା କରିଥିଲେ। ଏହି ନୂଆ ବ୍ୟବସାୟ ଆରମ୍ଭ କରୁକରୁ ସଲମାନ କରୋନା ଯୋଦ୍ଧାଙ୍କୁ ପାଖାପାଖି ୧ ଲକ୍ଷ ସାନିଟାଇଜର ଦାନ କରିଛନ୍ତି। ଏହା ଦେଖିବା ପରେ ତାଙ୍କର ପ୍ରଶଂସକମାନେ ସଲମାନଙ୍କ ଏହି କାମକୁ ଖୁବ୍‌ ପ୍ରଶଂସା କରିଛନ୍ତି। ଅଧିକାଂଶ ପୋଲିସଙ୍କୁ ଏହି ସାନିଟାଇଜର ଦିଆଯାଇଛି।

Share