Categories: ଜାତୀୟ

ଅଦୃଶ୍ୟ କରୋନା ଭୂତାଣୁ, ଅଜେୟ କରୋନା ଯୋଦ୍ଧା: ମୋଦି

ନୂଆଦିଲ୍ଲୀ,୧।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର କର୍ନାଟକର ରାଜୀବ ଗାନ୍ଧୀ ଯୁନିଭର୍ସିଟି ଅଫ୍‌ ହେଲ୍‌ଥ ସାଇନସେସ୍‌ର ୨୫ ତମ ପ୍ରତିଷ୍ଠା ଦିବସ ଅବସରରେ ଭିଡିଓ କନଫରେନ୍ସିଂ ଜରିଆରେ କହିଛନ୍ତି, ଆଗଧାଡିର କରୋନା ଯୋଦ୍ଧା କୁହାଯାଉଥିବା ଡାକ୍ତର, ନର୍ସ ଓ ପରିମଳ କର୍ମଚାରୀଙ୍କ ଉପରେ ହେଉଥିବା ହିଂସା ଗ୍ରହଣଯୋଗ୍ୟ ନୁହେଁ। ଏହାସହ ମୋଦି କହିଛନ୍ତି ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଏବେ ସବୁଠାରୁ ବଡ ସଙ୍କଟ ବିଶ୍ୱରେ ଦେଖାଯାଇଛି। ଯେମିତି ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ବିଶ୍ୱର ଚିତ୍ର ବଦଳି ଯାଇଥିଲା ଠିକ୍‌ ସେମିତି କରୋନା ସଂକ୍ରମଣ ପରେ ବିଶ୍ୱ ସମ୍ପୂର୍ଣ୍ଣ ଭାବେ ବଦଳି ଯାଇଛି। ବିଗତ ୬ ବର୍ଷ ଭିତରେ ଭାରତ ସ୍ବାସ୍ଥ୍ୟ କ୍ଷେତ୍ରରେ ବଡ ବଡ ନିଷ୍ପତ୍ତି ନେଇଛି। ଆଜି ଆୟୁଷ୍ମାନ ଭାରତ ଯୋଜନାରେ ଦେଶର ପ୍ରାୟ ଏକ କୋଟିରୁ ଅଧିକ ଲୋକ ଉପକୃତ ହେଉଛନ୍ତି। କରୋନା ଭାଇରସ ଆଖିକୁ ଦେଖାଯାଉ ନାହିଁ। ହେଲେ ଏହି ସଂକମ୍ରଣରୁ ଦେଶକୁ ବଞ୍ଚାଇବାକୁ ସ୍ବାସ୍ଥ୍ୟକର୍ମୀ ସେନା ଭଳି କାମ କରୁଛନ୍ତି। ତେଣୁ ଅଦୃଶ୍ୟ କରୋନା ଭୂତାଣୁକୁ ହରାଇବାକୁ ଏହି ଆଗଧାଡିର ଯୋଦ୍ଧାଙ୍କ କାର୍ଯ୍ୟ ବାସ୍ତବରେ ପ୍ରଶଂସନୀୟ। ଆଜି ବିଶ୍ୱର ନଜର ଭାରତର ଡାକ୍ତରଙ୍କ ଉପରେ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ।

Share