କରୋନା ଯୋଦ୍ଧାଙ୍କ ଘୋଷିତ ସୁବିଧା ଦିଅ

ବଲାଙ୍ଗୀର ଅଫିସ, ୨୮ା୫- ଚୁକ୍ତିଭିତ୍ତିକ ବହୁମୁଖୀ ସ୍ବାସ୍ଥ୍ୟକର୍ମୀ (ମହିଳା) ଓ ଏଏନ୍‌ଏମ୍‌ମାନେ ଗୁରୁବାର ବଲାଙ୍ଗୀର ସିଡିଏମ୍‌ଓଙ୍କୁ ଭେଟି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୪ ଦଫା ଦାବିପତ୍ର ପ୍ରଦାନ କରିଛନ୍ତି ା ଏହି ଦାବି ଆଗାମୀ ୩୦ ଦିନ୍‌ ମଧ୍ୟରେ ପୂରଣ ନହେଲେ ସେମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି ା ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦତ୍ତ ଦାବିପତ୍ରରେ କରୋନା ଯୋଦ୍ଧା ଭାବେ ଏହି ସ୍ବାସ୍ଥ୍ୟକର୍ମୀ ଓ ଏଏନ୍‌ଏମ୍‌ମାନେ ଆଗ ଧାଡିରେ ରହି ସେବା ଯୋଗାଇ ଆସୁଥିଲେ ମଧ୍ୟ ସେମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ତରଫରୁ ଘୋଷିତ ସହାୟତା ଓ ସୁବିଧା ମିଳୁନାହିଁ ବୋଲି ଉଲ୍ଲେଖ କରିଛନ୍ତି ା କୋଭିଡ୍‌-୧୯ ମୁକାବିଲାରେ କରୋନା ଯୋଦ୍ଧାଙ୍କୁ ଦୈନିକ ଭତ୍ତା, ୫୦ ଲକ୍ଷ ଟଙ୍କାର ଜୀବନବୀମା ଓ ଅନ୍ୟାନ୍ୟ ସୁବିଧା ପ୍ରଦାନ କରାଯିବାକୁ ଘୋଷଣା କରାଯାଇଛି ା ମାତ୍ର ଏହି ସ୍ବାସ୍ଥ୍ୟକର୍ମୀ ଓ ଏଏନ୍‌ଏମ୍‌ମାନଙ୍କୁ ଏହା ମିଳୁନାହିଁ ା ରାଜ୍ୟ ସରକାରଙ୍କ ନିୟମାନୁଯାୟୀ ୬ ବର୍ଷ କାମ କଲାପରେ ସେମାନଙ୍କ ଚାକିରୀକୁ ରେଗୁଲାର କରାଯିବା କଥା ା ମାତ୍ର ଏହା ହେଉନାହିଁ ା ଏନେଇ ଅନେକ ଥର ବିଭାଗୀୟ ଚିଠିପତ୍ର ସତ୍ତ୍ୱେ ଏହା ଅଟକି ରହିଛି ା ଏଣୁ ଶୀଘ୍ର ରେଗୁଲାର କରିବାକୁ ଦାବି କରିଥିଲେ ା ଯଥାଶୀଘ୍ର ଗ୍ରେଡେସନ୍‌ର ନିୟମ କାର୍ଯ୍ୟକାରୀ କରାଯିବା ସହ ବାର୍ଷିକ ଇନ୍‌କ୍ରିମେଣ୍ଟ ପ୍ରଦାନ କରାଯିବା ଓ ଅଗ୍ରୀମ ୪ ମାସର ଦରମା ପ୍ରଦାନ କରିବାକୁ ଦାବି ଜଣାଇଛନ୍ତି ା ଦାବିପତ୍ର ଗ୍ରହଣ କରିବା ପରେ ଏନେଇ ବିହିତ ପଦକ୍ଷେପ ନେବେ ବୋଲି ସିଡିଏମ୍‌ଓ ଡା ନାରାୟଣ ଥନାପତି ସୂଚନା ଦେଇଛନ୍ତି ା